ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୧ : ଜାପାନକୁ ୬-୦ ଗୋଲରେ ହରାଇଲା ଭାରତ, କମାଲ କଲେ ହରମନପ୍ରୀତ ସିଂହ

Published By : Prameya-News7 Bureau | December 19, 2021 IST

ନୂଆଦିଲ୍ଲୀ ୧୯/୧୨ : ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୧ରେ ଭାରତୀୟ ଦଳର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତୀୟ ହକି ଟିମ ରବିବାର ଜାପାନକୁ ବଡ ବ୍ୟବଧାନରେ ହରାଇଛି । ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଜାପାନକୁ ୬-୦ ଗୋଲରେ ହରାଇଛି ଭାରତୀୟ ହକି ଟିମ । ଆରମ୍ଭରୁ ହିଁ ଜାପାନ ଉପରେ ଭାରି ପଡିଥିଲା ଭାରତ । ଏହି ମ୍ୟାଚରେ ହିରୋ ସାଜିଛନ୍ତି ହରମନପ୍ରୀତ ସିଂହ ।

ଟୁର୍ଣ୍ଣାମେଣ୍ଟ​‌ରେ ଏଯାଏ ଗୋଟିଏ ବି ମ୍ୟାଚ ହାରିନଥିବା ଭାରତ ଲଗାତାର ଭାବେ ଚମତ୍କାର ପ୍ରଦର୍ଶନ ଜାରିରଖିଛି । ରବିବାର ଜାପାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ୧୦ମ ମିନିଟ୍‌ରେ ହରମନପ୍ରୀତ ସିଂହ ପେନାଲିଟି କର୍ଣ୍ଣର ଦ୍ବାରା ପ୍ରଥମ ଗୋଲ ସ୍କୋର କରିଥିବା ବେଳେ, ୨୩ତମ ମିନିଟ୍‌ରେ ଦୀଲପ୍ରୀତ ସିଂହ ଦ୍ବିତୀୟ ଗୋଲ କରିଥିଲେ । ସେହିଭଳି ୩୪ତମ ମିନିଟରେ ଜରମନପ୍ରୀତି ସିଂହ ତୃତୀୟ ଗୋଲ ସ୍କୋର କରିଥିବା ବେଳେ, ୪୬ତମ ମିନିଟରେ ସୁମିତ ଚତୁର୍ଥ ଗୋଲ, ୫୩ତମ ମିନିଟରେ ହରମନପ୍ରୀତି ୫ମ ଗୋଲ ଏବଂ ୫୪ତମ ମିନିଟରେ ସମଶେର ୬ ଷ୍ଠ ଗୋଲ ସ୍କୋର କରିଥିଲେ । ଶେଷ କ୍ବାର୍ଟରରେ ଭାରତ ୩ଟି ଗୋଲ କରିଛି ।

wp:embed {"url":"https://twitter.com/TheHockeyIndia/status/1472526778144944136","type":"rich","providerNameSlug":"twitter","responsive":true}
https://twitter.com/TheHockeyIndia/status/1472526778144944136
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.