୧୮ ଫାର୍ମା କମ୍ପାନୀ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବାରୁ ରଦ୍ଧ କଲେ ଲାଇସେନ୍ସ
28/03/2023 at 7:15 PM

ନୂଆଦିଲ୍ଳୀ, ୨୮/୦୩: ଭାରତ ସରକାର ନକଲି ଔଷଧ ପ୍ରସ୍ତୁତ ଅଭିଯୋଗରେ ୧୮ ମେଡିସିନ୍ କମ୍ପାନୀଙ୍କ ଲାଇସେନ୍ସ ରଦ୍ଧ କରିଛନ୍ତି। ସୂଚନା ଅନୁଯାୟୀ ଡିସିଜିଆଇ ୨୦ ରାଜ୍ୟରେ ୭୬ ଔଷଧ କମ୍ପାନୀର ନିରୀକ୍ଷଣ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କୁ ଔଷଧ ତିଆରି କରିବାକୁ ମନା କରାଯାଇଛି।
ନକଲି ଔଷଧ ପ୍ରସ୍ତୁତ ସହ ଜଡ଼ିତ ଫାର୍ମା କମ୍ପାନୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉଛି। ପ୍ରାୟ ୧୫ ଦିନରୁ ଏହି ଅଭିଯାନ ଜାରି ରହିଛି। ଏହି ସମୟରେ ହିମାଚଳ ପ୍ରଦେଶରେ ୭୦, ଉତ୍ତରାଖଣ୍ଡ ରେ ୪୫ ଏବଂ ମଧ୍ୟପ୍ରଦେଶରେ ୨୩ କମ୍ପାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।
ସୂଚନାଥାଉ, ଗତ କିଛି ମାସରେ ଭାରତୀୟ କମ୍ପାନୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା କଫ୍ ସିରପ୍ ବ୍ୟବହାର କରିବା ଦ୍ବାର ଗାମ୍ବିୟା ଏବଂ ଉଜବେକିସ୍ତାନରେ ଶିଶୁଙ୍କ ମୃତ୍ୟୁ ଖବର ଆସିଥିଲା। ଏହାପରେ ଭାରତୀୟ ଔଷଧ କମ୍ପାନୀଙ୍କ ପ୍ରଶ୍ନ ଉଠିଥିଲା। ତେବେ ଏହି ପ୍ରସଙ୍ଗଙ୍କୁ ନେଇ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କୁହାଯାଉଛି।