ସ୍ୱଳ୍ପ ମୂଲ୍ୟରେ ହାଲୁକା ଘର ନିର୍ମାଣର ସ୍ଥାପତ୍ୟ ଆବିଷ୍କାର ଲାଗି ଭାରତୀୟଙ୍କୁ ମିଳିଲା ରାଷ୍ଟ୍ରମଣ୍ଡଳ ପୁରସ୍କାର, ଜାଣନ୍ତୁ ପାଇଲେ କିଏ ?

Published By : Prameya-News7 Bureau | September 30, 2021 IST

ଲଣ୍ଡନ ୩୦।୯: ଭାରତୀୟ ବାସ୍ତୁଶାସ୍ତ୍ର ଛାତ୍ରଙ୍କୁ ସ୍ଥାୟୀ ବିକାଶ ନିମନ୍ତେ ଚଳିତବର୍ଷର ରାଷ୍ଟ୍ରମଣ୍ଡଳ (କମନୱେଲଥ୍) ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। କରୋନା ଭାଇରସ ମହାମାରୀରେ ପୃଥକବାସ ହେଉ ଅଥବା ବନ୍ୟା, ବାତ୍ୟା, ବଢି କିମ୍ବା ଭୂମିକମ୍ପରେ ସର୍ବହରା ଲୋକଙ୍କ ନିମନ୍ତେ ୨୦ ବର୍ଷ ବୟସ୍କ ଛାତ୍ର ପାଗ ଅନୁକୂଳ ଶସ୍ତା ଗୃହ ଆବିଷ୍କାର କରିଛନ୍ତି। ଯାହା ପ୍ରତ୍ୟେକ ଋତୁରେ ପ୍ରତି ପାଣିପାଗରେ ଲୋକଙ୍କୁ ଆଶ୍ରୟ ପ୍ରଦାନ କରିପାରିବ ଓ କମ୍‌ ମୂଲ୍ୟରେ।

{"id":520178,"sizeSlug":"full","linkDestination":"none"}

ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସ୍ଲାମିଆ (ଜେଏମଆଇ) ବିଶ୍ୱବିଦ୍ୟାଳୟରେ ବ୍ୟାଚଲର ଅଫ ଆର୍କିଟେକ୍ଟ ଅଧ୍ୟାୟନ କରୁଥିବା ଛାତ୍ର କୈଫ ଅଲ୍ଲୀ ‘ପ୍ରିଫେବ୍ରିକେଟେଡ ସଷ୍ଟନେବଲ ହାଉସ’ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଛି। ସମଗ୍ର ବିଶ୍ୱରୁ କମନୱେଲଥ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିବା ୧୫ ଜଣଙ୍କ ମଧ୍ୟରେ କୈଫ ଅନ୍ୟତମ। କୈଫଙ୍କ ଆବିଷ୍କୃତ ଘର କେବଳ ବିପଦଜନକ କରୋନା ଭାଇରସର ସଞ୍ଚରଣ ନିୟନ୍ତ୍ରଣ ନୁହେଁ ଆଗାମୀ ଦିନରେ ବିଶ୍ୱର ଅଗଣିତ ଶରଣାର୍ଥୀଙ୍କ ଆବାସ ସମସ୍ୟାର ସମାଧାନରେ ମଧ୍ୟ ସହାୟକ ହୋଇପାରିବ ବୋଲି ବିଚାର କରାଯାଉଛି। 

{"id":520184,"sizeSlug":"large","linkDestination":"none"}

ପୁରସ୍କାର ଭାବେ କୈଫଙ୍କୁ ୩ ହଜାର ବ୍ରିଟିଶ ପାଉଣ୍ଡ ପ୍ରଦାନ କରାଯିବ। ତେବେ ସେ ରାଷ୍ଟ୍ରମଣ୍ଡଳ ଦେଶଙ୍କ ସହଯୋଗୀଙ୍କ ସହ ମିଶି ନିଜର ଆବିଷ୍କାରକୁ ଆହୁରି ଉନ୍ନତ କରିପାରିବେ ବୋଲି କହିଛନ୍ତି। ତେବେ ଏହି ପୁରସ୍କାର ତାଙ୍କର ଉତ୍ସାହ ବୃଦ୍ଧି କରିଛି।  ମୋତେ ଏଥିଲାଗି ଅଧିକ ପରିଶ୍ରମ କରିବା ଓ ସଷ୍ଟନେବଲ ଫ୍ୟୁଚର ଲାଗି ଅଧିକ କାମ କରିବାକୁ ପ୍ରେରଣା ଦେଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.