Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଏସିଆଡ ଚାମ୍ପିୟନ, ଅଲିମ୍ପିଆନ ଫୁଟବଲର ତୁଲସୀଦାସ ବଲରାମଙ୍କ ପରଲୋକ

16/02/2023 at 6:24 PM

କୋଲକାତା ୧୬।୨: ଏସିଆଡ ଖେଳରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଫୁଟବଲର ତଥା ଅଲିମ୍ପିଆନ ତୁଲସିଦାସ ବଲରାମଙ୍କର ଗୁରୁବାର ପରଲୋକ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୮୭ ବର୍ଷ ବୟସ୍କ ତୁଲସୀଦାସ କୋଲକାତା ଉତରପାରା ହୁଗଳି ନଦୀ ନିକଟସ୍ଥ ଏକ ଫ୍ଲାଟରେ ରହୁଥିଲେ। ୧୯୬୨ ଏସିଆଡ ଚାମ୍ପିୟନଙ୍କୁ ଡିସେମ୍ବର ୨୬ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୟୁରିନରୀରେ ସଂକ୍ରମଣ ଥିଲା।

ଡାକ୍ତରଙ୍କ ଚିକିତ୍ସା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେଉ ନଥିଲା ଓ ସେ ଗୁରୁବାର ଅପରାହ୍ନ ୨ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ତାଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ଖେଳମନ୍ତ୍ରୀ ଅରୂପ ବିଶ୍ୱାସଙ୍କୁ ତାଙ୍କ ପରିବାର ଲୋକେ କୃତଜ୍ଞତା ଜ୍ଞାପନ କରିଛନ୍ତି। ହସ୍ପିଟାଲରେ ଚିକିତ୍ସା କାଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଚିକିତ୍ସା ତଦାରଖ କରାଯାଇଥିଲା। ତୁଲସୀଦାସ ଭାରତୀୟ ଫୁଟବଲରେ ଗୋଲ୍ଡେନ ଜେନେରେସନର ଅଂଶବିଶେଷ ଥିଲେ। ୧୯୫୦ରୁ ୧୯୬୦ ଦୀର୍ଘ ଦଶନ୍ଧି ଧରି ଚୁନ୍ନି ଗୋସ୍ୱାମୀ ଓ ପି.କେ. ବାନାର୍ଜୀଙ୍କ ସହିତ ଭାରତୀୟ ଟିମ୍‌ର ପ୍ରତିନିଧିତ୍ୱ କରିଥିଲେ।

ଅର୍ଜୁନ ପୁରସ୍କାରରେ ସମ୍ମାନୀତ ତୁଲସୀଦାସ ୧୯୬୦ ରୋମ ଅଲିମ୍ପିକ୍‌ରେ ଯେଉଁ ପ୍ରଦର୍ଶନ କରିଥିଲେ ତାହା ବାସ୍ତବିକ ଉଲ୍ଲେଖନୀୟ ଥିଲା। ତେବେ ଖରାପ ସ୍ୱାସ୍ଥ୍ୟ ପାଇଁ ସେ ୧୯୬୩ରେ ଫୁଟବଲରୁ ସନ୍ୟାସ ଘୋଷଣା କରିଥିଲେ। ଅଖିଳ ଭାରତୀୟ ଫୁଟବସ ମହାସଂଘ (ଏଆଇଏଫଏଫ) ଅଧ୍ୟକ୍ଷ କଲ୍ୟାଣ ଚୌବେ ତାଙ୍କ ପରଲୋକରେ ଶୋକ ପ୍ରକଟ କରିଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍‌ କରିଥିବା ବେଳେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

   Related Posts