ମହାନ ଫୁଟବଲ୍ ଖେଳାଳି ପିକେ ବାନାର୍ଜୀଙ୍କ ପରଲୋକ, ୧୯୬୦ ଅଲମ୍ପିକରେ ନେଇଥିଲେ ଦଳର ନେତୃତ୍ଵ

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: ଭାରତର ମହାନ ଫୁଟବଲ୍ ଖେଳାଳି ପିକେ ବାନାର୍ଜୀ ଦୀର୍ଘ ଦିନର ଅସୁସ୍ଥତା ପରେ ଶୁକ୍ରବାର କୋଲକାତାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ୮୩ ବର୍ଷ ହୋଇଥିଲା। ବାନାର୍ଜୀଙ୍କ ପରିବାରରେ ତାଙ୍କ ଝିଅ ପାଉଲା ଓ ପୂର୍ଣ୍ଣା ରହିଛନ୍ତି, ଯିଏ ଜଣାଶୁଣା ଶିକ୍ଷାବିତ୍। ତାଙ୍କର ଛୋଟ ଭାଇ ପ୍ରସୂନ ବାନାର୍ଜୀ ଯିଏ ତୃଣମୂଳ କଂଗ୍ରେସର ସାଂସଦ।

୧୯୬୨ରେ ଏସୀୟ କ୍ରୀଡାର ସ୍ଵର୍ଣ୍ଣ ପଦକ ବିଜେତା ଷ୍ଟ୍ରାଇକର ପିକେ(ପ୍ରଦୀପ କୁମାର) ବାନାର୍ଜୀ ନିମୋନିଆ କାରଣରୁ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ତାଙ୍କୁ ପାର୍କିଂସନ, ଡିମ୍ନେସିଆ ଓ ହୃଦଘାତଜନିତ ଶାରୀରିକ ସମସ୍ୟା ଥିଲା। ସେ ଭାରତୀୟ ଫୁଟବଲର ସ୍ଵର୍ଣ୍ଣିମ ସମୟର ଜଣେ ଗୁରୁତ୍ଵପୂର୍ଣ୍ଣ ଖେଳାଳି ଥିଲେ।

{"id":241667,"sizeSlug":"large"}

ପିକେ ବାନାର୍ଜୀ କୋଲକାତାର ଏକ ହସ୍ପିଟାଲରେ ମାର୍ଚ୍ଚ ୨ରୁ ଜୀବନ ରକ୍ଷକ ପ୍ରଣାଳୀରେ ଥିଲେ ଓ ଶୁକ୍ରବାର ମଧ୍ୟାହ୍ନ ୧୨ଟା ୪୦ରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ୧୯୩୬ ଜୁନ ୨୩ରେ ପଶ୍ଚିମବଙ୍ଗର ଜଳପାଇଗୁଡିର ଉପକଣ୍ଠ ଇଲାକା ମୋୟନାଗୁରୀରେ ଜନ୍ମିତ ବାନାର୍ଜୀଙ୍କ ପରିବାର ଦେଶ ବିଭାଜନ ପୂର୍ବରୁ ତାଙ୍କ କକାଙ୍କ ସହିତ ଜାମସେଦପୁରରେ ରହୁଥିଲେ।

ପିକେ ବାନାର୍ଜୀ ରାଷ୍ଟ୍ରୀୟ ଦଳ ପାଇଁ ୮୪ଟି ମ୍ୟାଚ୍‌ରେ ୬୫ଟି ଅନ୍ତରାଷ୍ଟ୍ରୀୟ ଗୋଲ୍ ଦେଇଥିଲେ। ୧୯୯୨ରେ ଜାକାର୍ତ୍ତା ଏସୀୟ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିବା ବ୍ୟତୀତ ବାନାର୍ଜୀ ୧୯୬୦ ରୋମ୍ ଅଲିମ୍ପିକରେ ଭାରତର ନେତୃତ୍ଵ ନେଇଥିଲେ। ସେ ଫ୍ରେଞ୍ଚ ଟିମ୍ ବିରୋଧରେ ଗୋଲ୍ ସ୍କୋର କରି ମ୍ୟାଚ୍‌କୁ ୧-୧ରେ ଡ୍ର କରାଇଥିଲେ।

{"id":241669,"sizeSlug":"large"}

ଏହା ପୂର୍ବରୁ ବାନାର୍ଜୀ ୧୯୫୬ ମେଲବର୍ଣ୍ଣ ଅଲମ୍ପିକରେ ଭାରତର ପ୍ରତିନିଧିତ୍ଵ କରିଥିଲେ ଓ କ୍ଵାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୨ ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତୀୟ ଫୁଟବଲରେ ବାନାର୍ଜୀଙ୍କ ଯୋଗଦାନକୁ ଫିଫା ମଧ୍ୟ ପ୍ରଶଂସା କରିଥିଲା। ଫିଫା ୨୦୦୪ରେ ନିଜର ୧୦୦ ପୂର୍ତ୍ତି ଅବସରରେ ଅର୍ଡର ଅଫ ମେରିଟ୍ ସମ୍ମାନରେ ସମ୍ମାନିତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.