ଭାରତୀୟ ଅର୍ଥନୀତି ୨୦୨୪-୨୬ ମଧ୍ୟରେ ୬-୭.୧ ପ୍ରତିଶତ ହାରରେ ବଢିବ: S&P

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ଗ୍ଲୋବାଲ ରେଟିଂ ଏଜେନ୍ସି ଏସ୍ଆଣ୍ଡପି ଭାରତର ଆର୍ଥିକ ଅଭିବୃଦ୍ଧି ସମ୍ଭାବନା ମଧ୍ୟମ ଅବଧିରେ ମଜଭୁତ ରହିବା ନେଇ ଅନୁମାନ କରିଛି । ଏଜେନ୍ସି ପକ୍ଷରୁ ଗୁରୁବାର କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୨୫-୨୬ ଯାଏ ଦେଶର ଘରୋଇ ସକଳ ଉତ୍ପାଦ (ଜିଡିପି)ରେ ବାର୍ଷିକ ୬-୭.୧ ପ୍ରତିଶତ ବୃଦ୍ଧି ହେବ ।

ଏସ୍ଆଣ୍ଡପି ଗ୍ଲୋବାଲ୍ସ ରେଟିଙ୍ଗ୍ସ ନିଜ ରିପୋର୍ଟରେ କହିଛି ଯେ ସଠିକ୍ କର୍ପୋରେଟ୍ ଆକାଉଣ୍ଟ ଓ ଅନ୍ୟ ସଂରଚନାତ୍ମକ ସୁଧାର ଯୋଗୁଁ ଫସି ରହିଥିବା ବ୍ୟାଙ୍କ ଋଣ ୨୦୨୫ ଯାଏ ମୋଟ ଅଗ୍ରୀମର ୩-୩.୫ ପ୍ରତିଶତ କମ ହେବ । ଏହାସହ ଭାରତରେ ସୁଧବାରରେ ଉଲ୍ଲେଖନୀୟ ବୃଦ୍ଧିର ସମ୍ଭାବନା ନଥିବା ଯୋଗୁଁ ବ୍ୟାଙ୍କିଂ ଉଦ୍ୟୋଗ ପାଇଁ ବିପଦ ମଧ୍ୟ ସୀମିତ ରହିବା ଅନୁମାନ କରାଯାଇଛି ।

ପଢନ୍ତୁ: ଅର୍ଥନୀତି: ୨୦୩୧ ସୁଦ୍ଧା ୬.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତର ଅର୍ଥନୀତି, ଆସନ୍ତା ୭ ବର୍ଷ ଭିତରେ ଦୁଇଗୁଣ ହେବ ମୁଣ୍ଡପିଛା ଆୟ

ରିପୋର୍ଟ ଅନୁସାରେ ବୈଶ୍ୱିକ ଅନିଶ୍ଚିତାର ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ କମ ରହିବ । ତେବେ ମନ୍ଥର ବୈଶ୍ୱିକ ଅଭିବୃଦ୍ଧି ଓ ବାହାର ଚାହିଦା ଆର୍ଥିକ ଗତିବିଧି ଉପରେ ପ୍ରଭାବ ପକାଇବ ଓ ମୁଦ୍ରାସ୍ଫୀତିକୁ ଗତି ଦେଇପାରେ । କିନ୍ତୁ ଭାରତର ବୃଦ୍ଧି ଘରୋଇ ସ୍ତରରେ ଉପରେ କେନ୍ଦ୍ରୀତ ଥିବାରୁ ଆର୍ଥିକ ବୃଦ୍ଧି ଉପରେ ଏହାର ପ୍ରଭାବ କମ ରହିବା ନେଇ ଅନୁମାନ ।

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ୍-ଜୁନ ତ୍ରୈମାସରେ ଭାରତର ବାସ୍ତବିକ ସକଳ ଘରୋଇ ଉତ୍ପାଦ ବାର୍ଷିକ ଆଧାରରେ ୭.୮ ପ୍ରତିଶତ ବଢିଛି । ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଆର୍ଥିକ ବୃଦ୍ଧି ହାର ୬.୧ ପ୍ରତିଶତ ରହିଥିଲା । ଆରବିଆଇ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ଓ ଏହାପରେ ୨୦୨୪-୨୫ ପାଇଁ ୬.୫ ପ୍ରତିଶତରେ ବୃଦ୍ଧି ଅନୁମାନ କରିଛି ।

Also Read: ଅର୍ଥନୀତି ପାଇଁ ଭଲ ଖବର: ପ୍ରଥମ ଭରତୀୟ କମ୍ପାନୀ ଭାବେ ମେମୋରି ଚିଫ୍‌ ଉତ୍ପାଦନ କଲା ସହସ୍ର ସେମିକଣ୍ଡକ୍ଟର୍ସ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.