oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଏସିଆରେ ଦବଦବା ଜାହିର କରିବ ଭାରତ : ୨୦୨୨-୨୩ରେ ପାଲଟିବ ସବୁଠୁ ଶକ୍ତିଶାଳୀ ଅର୍ଥନୀତି

11/08/2022 at 9:26 AM

ନୂଆଦିଲ୍ଲୀ,୧୧/୦୮: ୨୦୨୨-୨୩ରେ ଏସିଆର ଶକ୍ତିଶାଳୀ ଅର୍ଥନୀତି ପାଲଟିବ ଭାରତ । ଅର୍ଥନୈତିକ ପଲିସି ସଂସ୍କାର ବଳରେ ଘରୋଇ ଚାହିଦା ବଢ଼ାଇବା ଲାଗି ଏହା ନିଜକୁ ଭଲ ଭାବେ ପ୍ରସ୍ତୁତ କରିଛି ବୋଲି ମୋର୍ଗାନ ଷ୍ଟାନ୍‌ଲେ ଏହାର ରିପୋର୍ଟରେ ପ୍ରକାଶ କରିଛି । ଯୁବ କାର୍ଯ୍ୟବଳ ଏବଂ ନିବେଶ ଭାରତୀୟ ଅର୍ଥନୀତି ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଏହା ପ୍ରକାଶ କରିଛି ।

୨୦୨୨-୨୦୨୩ ଆର୍ଥିକବର୍ଷରେ ଭାରତର ହାରାହାରି ଅଭିବୃଦ୍ଧି ୭% ରହିବ । ଏସିଆ ଏବଂ ବିଶ୍ୱ ଅଭିବୃଦ୍ଧିକୁ ଏହା ଯଥାକ୍ରମେ ୨୮% ଏବଂ ୨୨% ଯୋଗଦାନ ଦେବ ବୋଲି ମୋର୍ଗାନ ଷ୍ଟାନ୍‌ଲେ ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକବର୍ଷରେ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି ଭାରତ ୯.୨% ବଢ଼ିଥିଲା । କୋଭିଡ୍‌-୧୯ ମହାମାରୀରୁ ଅର୍ଥନୀତି ମୁକୁଳିଥିଲା । ମହାମାରୀ ପ୍ରଭାବରେ ୨୦୨୦-୨୧ରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୬% ସଂକୁଚିତ ହୋଇଥିଲା । ତେବେ ଅର୍ଥନୀତି ଏବେ ଠିକ୍‌ ଦିଗରେ ରହିଛି । ଦେଶର ନୀତିଗତ ସଂସ୍କାର ପ୍ରଗତିଶୀଳ ଅଛି । ଏଭଳି ସ୍ଥିତିରେ ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ଏସିଆର ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ହେବ ବୋଲି ମୋର୍ଗାନ ଷ୍ଟାନ୍‌ଲେ ପ୍ରକାଶ କରିଛି ।

୨୦୨୨-୨୩ରେ ଭାରତୀୟ ଅର୍ଥନୀତି ୮ରୁ ୮.୫% ବଢ଼ିବ ବୋଲି ଦେଶ ପୂର୍ବାନୁମାନ କରିଛି ।ନିମ୍ନ କମ୍ପାନି ଟିକସ, ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍‌(ପିଏଲ୍‌ଆଇ), ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ବିବଧତା ଘରୋଇ ଚାହିଦା ବଜାୟ ରଖିବ ବୋଲି ମୋର୍ଗାନ ଷ୍ଟାନ୍‌ଲେ ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।

ସମ୍ପ୍ରତି ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକରେ ପ୍ରତିକୂଳ ପରିସ୍ଥିତି । ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ । ଏଭଳି ପରିସ୍ଥିତିରେ ଭାରତ ପାଇଁ ଏକ ଉତ୍ତମ ଛବି ଆଙ୍କିଛି ବ୍ରୋକରେଜ୍‌ ସଂସ୍ଥା ମୋର୍ଗାନ ଷ୍ଟାନ୍‌ଲେ । କର୍ପୋରେଟ୍‌ ବାଲାନ୍ସ ସିଟ୍‌ ଭଲ ରହିଛି । ଭାରତର ନିବେଶ ଆଉଟ୍‌ଲୁକ୍‌ ମଧ୍ୟ ଦୃଢ଼ ଥିବା ଏହା କହିଛି। ଦେଶର ଘରୋଇ ଚାହିଦା ବଢ଼ିବ ଏବଂ ସାମଗ୍ରୀ ତୁଳନାରେ ସେବା ରପ୍ତାନି ବୃଦ୍ଧି ପାଇବ ବୋଲି ଏହା ପ୍ରକାଶ କରିଛି ।

   Related Posts