୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ସବୁ କ୍ରିକେଟର, ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ...

Published By : Prameya-News7 Bureau | December 12, 2023 IST

ନୂଆଦିଲ୍ଲୀ ୧୨।୧୨: ଭାରତୀୟ କ୍ରିକେଟର । ଅନେକଙ୍କ ପାଇଁ ୨୦୨୩ ପାଲଟିଛି ଲକି । ଏମାନେ ବାଛିଛନ୍ତି ନିଜର ଜୀବନସାଥୀ । ଲିଷ୍ଟର ପ୍ରଥମରେ ଅଛନ୍ତି ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳୁଥିବା ଷ୍ଟାର୍ ଅଲରାଉଣ୍ଡର ଅକ୍ଷର ପଟେଲ ।  ୨୭ ଜାନୁୟାରୀ ୨୦୨୩ ରେ ତାଙ୍କ ଗର୍ଲଫ୍ରେଣ୍ଡ ମେହେ ପଟେଲଙ୍କୁ ବିବାହ କରିଥିଲେ । ଦୁହେଁ ବଡୋଦରାରେ ବିବାହ କରିଥିଲେ ।

{"id":881919,"sizeSlug":"full","linkDestination":"none"}

ଏହାପଛକୁ ଅଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ । ସେ ୨୩ ଜାନୁଆରୀ ୨୦୨୩ ରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ କରିଥିଲେ ।

{"id":881920,"sizeSlug":"full","linkDestination":"none"}

ସେହିପରି ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ରୁତୁରାଜ ଗାଇକୱାଡ । ସେ ୩ ଜାନୁଆରୀ ୨୦୨୩ ରେ ଉତ୍କର୍ଷା ପାୱାରଙ୍କୁ ବିବାହ କରିଥିଲେ । ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର, ଯିଏକି ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି ।

{"id":881923,"sizeSlug":"full","linkDestination":"none"}

୮ ଜୁନ୍ ୨୦୨୩ ରେ ରଚନାଙ୍କୁ ବିବାହ କରିଥିଲେ ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା । ସେହିପରି ଫାଷ୍ଟ ବୋଲର ନବଦୀପ ସାଇନି ମଧ୍ୟ ନିଜ ଗର୍ଲଫ୍ରେଣ୍ଡ ସ୍ୱାତୀ ଆସ୍ଥାନାଙ୍କ ହାତ ଧରିଛନ୍ତି । ସେ ୨୪ ନଭେମ୍ବର ୨୦୨୩ ରେ ବିବାହ କରିଥିଲେ ।

{"id":881921,"sizeSlug":"full","linkDestination":"none"}

ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ୨୭ ଫେବୃଆରୀ ୨୦୨୩ରେ ମିତାଲି ପାରୁଲକରଙ୍କୁ ବିବାହ କରିଥିଲେ । ନିକଟ ଅତୀତରେ ଭାରତୀୟ ପେସର ମୁକେଶ କୁମାର ଦିବ୍ୟା ସିଂଙ୍କୁ ବିବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.