ବିଶ୍ୱକପ୍ ରେ କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଗୋଟିଏ ବିଶ୍ୱକପ୍ ରେ ଲଗାତାର ୫ମ ଶତକ, କ୍ୟାରିୟରର ୨୭ତମ ଶତକ

Published By : Prameya-News7 Bureau | July 06, 2019 IST

ଲିଡସ୍:  ଆଇସିସି ୱାର୍ଲଡ କପ୍ ରେ ଆଉ ଗୋଟିଏ ରେକର୍ଡ କାୟମ ହୋଇଛି ଇଣ୍ଡିଆ ନାମରେ। ଟିମ୍ ଇଣ୍ଡିଆ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଶନିବାର ଲଗାତାର ପଞ୍ଚମ ମ୍ୟାଚ୍ ରୁ ୫ନମ୍ବର ଶତକ ହାସଲ କରିଛନ୍ତି। ଫଳରେ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟର କୁମାର ସଙ୍ଗକାରା ବିଶ୍ୱକପ୍ ରେ ସ୍ଥାପନା କରିଥିବା କିର୍ତ୍ତିମାନ ଭାଙ୍ଗିଥିବା ବେଳେ ରୋହିତ ଶର୍ମାଙ୍କ ନାମରେ ରେକର୍ଡ ହୋଇଛି। ଲିଡସ୍ ରେ ଶ୍ରୀଲଙ୍କା ବିରୋଧରେ ଅନୁଷ୍ଠିତ ମ୍ୟାଚ୍ ରେ ରୋହିତ ଏହି ଶତକ ହାସଲ କରିଛନ୍ତି।

{"id":131167}

ରୋହିତା ଶର୍ମା  ୯୪ଟି ବଲରୁ ମୋଟ ୧୦୩ ରନ ହାସଲ କରିଛନ୍ତି। ଏହା ସହ ରୋହିତଙ୍କ କ୍ୟାରିୟରର ୨୭ ତମ ଶତକ ପୁରଣ ହୋଇଛି। ଗତ ୨୦୧୫ ବିଶ୍ୱକପ୍ ରେ ଶ୍ରୀଲଙ୍କା କ୍ରିକେଟର କୁମାର ସଙ୍ଗକାରା ଲଗାତାର ୪ଟି ମ୍ୟାଚ୍ ରୁ ୪ଟି ସେଞ୍ଚ୍ୟୁରି ହାସଲ କରିବାରେ ସଫଳ ହୋଇଥିଲେ। କୌଣସି ବ୍ୟାଟ୍ସ ମ୍ୟାନ ଗୋଟିଏ ୱାର୍ଲଡ କପ୍ ସିରିଜରେ ଏତେ ସଂଖ୍ୟକ ସେଞ୍ଚୁରି କରିବାରେ ସଙ୍ଗାକାରା ଥିଲେ ପ୍ରଥମ କ୍ରିକେଟର।

{"id":131168}

ରୋହିତ ଶର୍ମା ସଙ୍ଗାକାରାଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୯ ୱାର୍ଲଡ କପରେ ଭାରତ ଷ୍ଟାଡିୟମକୁ ଓହ୍ଲାଇବା ପରଠାରୁ ରୋହିତ ଶତକ ବର୍ଷା ଆରମ୍ଭ କରିଥିଲେ। ଦକ୍ଷିଣ ଆଫ୍ରିକାରୁ ରୋହିତ ଆରମ୍ଭ କରିଥିବା ଶତକୀୟ ଇନିଂସ ପାକିସ୍ତା, ଇଂଲଣ୍ଡ, ବାଂଲାଦେଶ ବିପକ୍ଷରେ ଜାରୀ ରଖିଥିବା ବେଳେ ଶନିବାର ଶ୍ରୀଲଙ୍କ ବିପକ୍ଷ ମ୍ୟାଚରୁ ମଧ୍ୟ ନିଜ ପାଇଁ ଶତକ ଟିଏ କାଢି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.