ପତ୍ନୀ ହସିନ ଜାହାଁଙ୍କ ବିରୋଧରେ ଆଇନଗତ ଲଢେଇ ହାରିଲେ ଶାମି, ଏବେ ମାସକୁ ଦେବେ ଏତିକି ଟଙ୍କା

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ନିଜ ସ୍ଵାମୀ ତଥା ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ଆଇନଗତ ଲଢେଇ ଜିତିଲେ ପତ୍ନୀ ହସିନ ଜାହାଁ। କୋଲକାତାର ଅଲୀପୁର ଅଦାଲତ ହସିନ ଜାହାଁଙ୍କ ପକ୍ଷରେ ଶୁଣାଣି କରି ମହମ୍ମଦ ଶାମିଙ୍କୁ ନିର୍ଦ୍ଦେଶ  ଜାରି କରିଛନ୍ତି।

କୋର୍ଟ ପତ୍ନୀ ହସିନା ଜାହାଁଙ୍କୁ ମାସକୁ ଭରଣ ପୋଷଣ ବାବଦରେ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ମହମ୍ମଦ ଶାମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଏଥିରୁ ୫୦ ହଜାର ଟଙ୍କା ପତ୍ନୀଙ୍କୁ ମିଳିବ ଏବଂ ବାକି ୮୦ ହଜାର ଟଙ୍କା ତାଙ୍କ ଝିଅଙ୍କୁ ମିଳିବ। ହସିନ ଜାହାଁ ଏବଂ ଶାମିଙ୍କ ବୈବାହିକ ଜୀବନରେ ୨୦୧୮ ମସିହାରେ ଝଡ ସୃଷ୍ଟି ହୋଇଥିଲା। ଏହା ପରଠୁ ଉଭୟ ଅଲଗା ହୋଇ ଯାଇଥିଲେ। ହସିନ କୋଲକାତାର ଏକ ଫ୍ଲାଟ୍‌ରେ ରହିଥିଲେ। ସେହି ସମୟରେ ଶାମିଙ୍କ ବିରୋଧରେ ଘରୋଇ କଳହର ମୋକଦ୍ଦମା ଦାୟର କରିଥିଲେ ହସିନ ଜାହାଁ। ଏପରିକି ନିଜର ଭରଣପୋଷଣ ପାଇଁ ମାସିକ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।

{"id":737082,"sizeSlug":"full","linkDestination":"none"}

ହସିନ ଜାହାଁଙ୍କ ଆବେଦନ ଉପରେ ଗତ ପାଞ୍ଚ ବର୍ଷ ଧରି କୋର୍ଟରେ ମାମଲା ଜାରି ରହିଥିଲା। ଅନ୍ୟ ପକ୍ଷେ ଶାମି ମଧ୍ୟ ଅଦାଲତରେ ଆବେଦନ ଦାଖଲ କରି ଜଣାଇଥିଲେ ଯେ, ହସିନ ଜଣେ ମଡେଲ୍ ଏବଂ ଅଭିନୟ କରନ୍ତି। ସେଥିରେ ସେ ମାସିକ ୧୦ ଲକ୍ଷ ଟଙ୍କାର ଆୟ କରନ୍ତି।ନିଜର ଯୁକ୍ତିକୁ ବଳିଷ୍ଠ ଦର୍ଶାଇ ସେ ଖବରକାଗଜର  କଟିଂ କୋର୍ଟରେ ଉପସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ, ହସିନ ଜାହାଁ ଜଣେ ମଡେଲ ଏବଂ ଆଇପିଏଲର ଚିଅର ଲିଡର। ୨୦୧୧ରେ ଶାମି ଏବଂ ହସିନ ଜାହାଁ ସାକ୍ଷାତ ହୋଇଥିଲେ ଏବଂ ପରେ ୨୦୧୪ରେ ଦୁହେଁ ପ୍ରେମ ବିବାହ କରିଥିଲେ । ତେବେ ଦୁଇ ଜଣଙ୍କ ସମ୍ପର୍କରେ କେବେ ଏବଂ କିପରି ତିକ୍ତତା  ଆସିଲା ତାହା କାହାକୁ ବି ଜଣାନାହିଁ । ୨୦୧୮ରେ ହଠାତ୍ ହସିନ୍ ଜାହାଁ ଶାମିଙ୍କ ବିରୋଧରେ ଘରୋଇ ହିଂସା ଏବଂ ମ୍ୟାଚ୍ ଫିକ୍ସିଂ ଭଳି ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ ।

wp:heading {"level":4}

ଏ ଖବର ପଢନ୍ତୁ- ମହମ୍ମଦ ଶମ୍ମିଙ୍କ ପତ୍ନୀ ହସିନ ଜହାଁ ସୋସିଆଲ୍ ମିଡିଆରେ ଲଗାଇଲେ ନିଆଁ : ମିଳିବାକୁ ଲାଗିଲା ବିବାହ ପ୍ରସ୍ତାବ

/wp:heading

ଏହା ପରେ ଉଭୟ ଅଲଗା ରହିବା ଆରମ୍ଭ କରିଥିଲେ ଏବଂ କୋର୍ଟରେ ମାମଲାର ବିଚାର ଚାଲିଥିଲା। ସେହି ସମୟରେ ହସିନ୍ ଭରଣ ପୋଷଣ ବାବଦରେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଭରଣ ପୋଷଣ ବାବଦରେ ୧ ଲକ୍ଷ ୩୦ ହଜାର ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.