ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍ ସହ ଭେଦଭାବ, ମ୍ୟାଚ୍ ପାଇଁ ଅଭ୍ୟାସ୍ ବି କରିପାରୁନି ଦଳ

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନେତୃତ୍ୱରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରତି ଭେଦଭାବ ଖବର ସାମ୍ନାକୁ ଆସିଛି। ୨୭ ଅକ୍ଟୋବର ନେଦରଲ୍ୟାଣ୍ଡ ଓ ଭାରତ ଭିତରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା ପୂର୍ବରୁ ବିବାଦ ଦେଖାଦେଇଛି। ଭାରତୀୟ ଖେଳାଳିମାନଙ୍କୁ ଦିଆଯାଉଥିବା ସୁବିଧାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଖେଳାଳି।

ଆଇସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରାକ୍ଟିସ୍ ସେସନ ସମୟରେ ଟମ୍ ଇଣ୍ଡିଆକୁ ଥଣ୍ଡା ଓ ବେକାର ଖାଇବା ଦିଆଯାଇଥିବା ଖେଳାଳିମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ କେବଳ ସାଣ୍ଡୁଇଚ୍ ଦିଆଯାଇଛି ବୋଲି ଟିମ୍ ଆଇସିସିକୁ କହିଥିବା ସୂଚନା ମିଳିଛି। ଏମିତି ବି ଶୁଣିବାକୁ ମିଳୁଛି ଯେ ୨୭ ତାରିଖ ମ୍ୟାଚ୍ ପାଇଁ ଭାରତ ଅଭ୍ୟାସ କରିପାରି ନାହିଁ। କାରଣ ତାଙ୍କ ପ୍ରାକ୍ଟିସ୍ ପାଇଁ ଦିଆଯାଇଥିବା ସ୍ଥାନ ତାଙ୍କ ହୋଟେଲ୍ ରୁମ୍ ଠାରୁ ୪୨ କିମି ଥିଲା ବୋଲି ସୂଚନା ମିଳିଛି। ଶୁଣିବାକୁ ମିଳିଛି କ୍ରିକେଟ୍ ଅଭ୍ୟାସ୍ ପାଇଁ ଭାରତକୁ ବ୍ଲାକ୍ ଟାଉନ୍ ଗ୍ରାଉଣ୍ଡ ଦିଆଯାଇଥିଲା। ଯାହା ଟିମ୍ ଇଣ୍ଡିଆ ରହୁଥିବା ହୋଟେଲ୍ ଠାରୁ ୪୨ କିମି ଦୂରରେ ରହିଛି।

ସୂଚନା ଥାଉକି ବିଶ୍ୱକପରେ ଭାରତର ଆରମ୍ଭ ଜବରଦସ୍ତ ରହିଛି। ବିଶ୍ୱକପରେ ଭାରତର ପ୍ରଥମ ମ୍ୟାଚରେ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇ ଦେଇଛି। ଅକ୍ଟୋବର ୨୩ ତାରିଖରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ବିରାଟ କୋହଲି ମହାବିଜୟର ମହାନାୟକ ସାଜିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.