ହେଲ୍‌ମେଟ୍‌ ନ ପିନ୍ଧି ବଡ ଭୁଲ୍ କରିଥିଲେ ଏହି ଭାରତୀୟ କ୍ରିକେଟ୍‌ର, ମୁଣ୍ଡରେ ବଲ୍ ବାଜିବାରୁ ହୋଇଥିଲା ମୃତ୍ୟୁ

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୦୩।୦୬: କ୍ରିକେଟ୍‌ ପଡିଆରେ ପାଦ ରଖିବା ମାତ୍ରେ ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ଧୁମ ପ୍ରହାର କରୁଥିବା ପୁର୍ବତନ ଭାରତୀୟ କ୍ରିକେଟ୍‌ର ରମନ ଲାମ୍ବା ସାଥୀ ଖେଳାଳିଙ୍କ ପରାମର୍ଶକୁ ଅଣଦେଖା କରିବା ମହଙ୍ଗା ପଡିଥିଲା। ସାଥୀ ଖେଳାଳି ହେଲମେଟ୍ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ହେଲେ ସେ ହେଲ୍‌ମେଟ୍‌ ପିନ୍ଧିନଥିଲେ। ଫଳରେ ମୁଣ୍ଡରେ ବଲ୍ ବାଜିବାର ସେ ପଡିଆରେ ଶେଷ ନିଃଶ୍ଵାସ ନେଇଥିଲେ।

ଏହି ଭାରତୀୟ କ୍ରିକେଟ୍‌ରଙ୍କ ନିଧନ ୧୯୯୮ରେ କ୍ଲବ୍ ମ୍ୟାଚ୍‌ ସମୟରେ ଢାକାରେ ଫିଲ୍ଡିଂ କରିବା ସମୟରେ ହୋଇଥିଲା। ଅଧିନାୟକ ଖାଲିସ ମସୁଦ ଲାମ୍ବାଙ୍କୁ ଫିଲ୍ଡିଂ ବେଳେ ସଟ୍ ଲେଗ୍‌ରେ ଛିଡା କରାଇଥିଲେ। ଓଭରରେ ତିନୋଟି ବଲ୍ ବଳକା ଥିଲା ଏବଂ ଅଧିନାୟକ ଲାମ୍ବାଙ୍କୁ ହେଲ୍‌ମେଟ୍ ପିନ୍ଧିବାକୁ କହିଥିଲେ। ମାତ୍ର ଲାମ୍ଵା ଏହା କହି  ହେଲମେଟ୍ ପିନ୍ଧିବାକୁ ମନା କରିଥିଲେ ଯେ, ଓଭରରେ  ତ ଆଉ ୩ଟି ବଲ୍ ବଳକା ରହିଛି।  ବୋଲର ସୈଫୁଲ୍ଲାହ ଖାନ୍ ବୋଲିଂ କରିଥିଲେ। ବଲ୍‌ଟି ସର୍ଟପିଚ୍‌ ଥିଲା ଏବଂ  ବ୍ୟାଟସମ୍ୟାନ ମେହରାମ ହୁସେନ ବଡ ସଟ୍‌ ଖେଳିଥିଲେ। ବଲ୍‌ଟି ସଟ୍‌ ଲେଗ୍‌ରେ ଛିଡା ହୋଇଥିବା ଲାମ୍ବାଙ୍କ ମୁଣ୍ଡରେ ଯାଇ  ବାଜିଥିଲା ଓ ଓ୍ଵିକେଟ୍ କିପର ମସୁଦଙ୍କ ହାତକୁ ଚାଲି ଯାଇଥିଲା।

{"id":280820,"sizeSlug":"large"}

୩ ଦିନ ଧରି ବେହୋସ୍‌ ରହିଥିଲେ

ମୁଣ୍ଡରେ ବଲ୍ ବାଜିବାରୁ ଲାମ୍ବାଙ୍କୁ ଡ୍ରେସିଂ ରୁମ୍‌ ନିଆଯାଇଥିଲା। ଲାମ୍ବାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ୩ ଦିନ ଧରି  ବେହୋସ୍‌ ରହିଥିଲେ। ଫେବୃଆରୀ ୨୩ରେ ଢାକାର ପୋଷ୍ଟ ଗ୍ରାଜୁଏଟ୍  ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା। ଲାମ୍ଵା ଦେଶ ପାଇଁ ବହୁତ କମ୍‌ କ୍ରିକେଟ୍ ଖେଳିଥିଲେ, ତଥାପି ସେ ନିଜର ଛୋଟ କ୍ୟାରିୟରରେ ଖ୍ୟାତି ଅର୍ଜନ କରିଥିଲେ। ଲାମ୍ବା ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ସେ ଭାରତର ପୂର୍ବତନ ଅଧିନାୟକ କୃଷ୍ଣାମାଚାରୀ ଶ୍ରୀକାନ୍ତଙ୍କ ସହିତ ଓପନିଂ ବ୍ୟାଟସମ୍ୟାନଙ୍କ ଦାୟିତ୍ଵ ସମ୍ଭାଳିଥିଲେ। ଲାମ୍ବା ପଦାର୍ପଣ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

{"id":280821,"sizeSlug":"large"}

ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ ପ୍ରଥମ ଏକଦିବସୀୟ ମ୍ୟାଚ୍‌

ଭାରତ ପାଇଁ ଲାମ୍ବା ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଏକ ଦିବସୀୟ ମ୍ୟାଚ୍‌ ୧୯୮୬ ସେପ୍ଟେମ୍ବର ୭ରେ ଖେଳିଥିଲେ। ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍ କରିଥିଲା। ଭାରତ ଏହି ମ୍ୟାଚ୍‌କୁ ୩୬ଟି  ବଲ୍‌  ବାକି ଥାଇ ଜିତି ନେଇଥିଲା।  ଲାମ୍ବା ଏହି ମ୍ୟାଚ୍‌ରେ ୬୪ ରନ୍ କରିଥିଲେ। ଏଥିରେ ୮ ଚୌକା ଓ ୧ ଛକା ସାମିଲ।

ପ୍ରଥମ ଶୃଙ୍ଖଳାରେ ମ୍ୟାନ୍‌ ଅଫ ଦ ଟୂର୍ଣ୍ଣାମେଣ୍ଟ

ଏହି ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ପୁଣି ଥରେ ତାଙ୍କ ବ୍ୟାଟ୍‌ ଗର୍ଜି ଉଠିଥିଲା। ସେ ପଛ ମ୍ୟାଚ୍‌ର ସ୍କୋରକୁ ପଛରେ ପକାଇ ୬୮ଟି ବଲରୁ ୭୪ ରନ କରି ଭାରତକୁ ପୁଣି ଥରେ ବିଜୟୀ କରାଇଥିଲେ। ଶୃଙ୍ଖଳାର ଅନ୍ତିମ  ମ୍ୟାଚ୍‌ରେ ଲାମ୍ବା ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ପ୍ରଥମ ଶତକ ଅର୍ଜନ କରି ମ୍ୟାନ୍‌ ଅଫ ଦ ଟୂର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ସେ ଭାରତ ପାଇଁ ମୋଟ୍ ୩୨ଟି ଏକ ଦିବସୀୟ ମ୍ୟାଚ୍‌ ଖେଳି ୨୭ ହାରରେ ୭୮୩ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.