ନୂଆଦିଲ୍ଲୀ ୦୧।୦୩:ଟିମ୍ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର । ବିଶ୍ୱକପ୍ରେ କଙ୍ଗାରୁ ବ୍ୟାଟରଙ୍କ ପାଇଁ ହୋଇଥିଲେ ଘାତକ । ଆଉ କରିଥିଲେ ଦମଦାର ବୋଲିଂ । ତେବେ ଆମେ କହୁଛୁ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କ କଥା । ପ୍ରଥମ କିଛି ମ୍ୟାଚରୁ ଦୂରେଇ ରହିଥିବା ଶାମୀ ବିଶ୍ବକପ୍ରେ ସୃଷ୍ଟି କରିଥିଲେ ହଇଚଇ । ପୁରା ମ୍ୟାଚରେ ୨୪ଟି ୱିକେଟ୍ ନେଇ ହୋଇଥିଲେ ବିଶ୍ବର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ।
{"id":915762,"width":841,"height":473,"sizeSlug":"full","linkDestination":"none"}
କିନ୍ତୁ ଜାଣନ୍ତି କି କେତେ ସମ୍ପତ୍ତିର ମାଲିକ ଅଟନ୍ତି ଟିମ୍ ଇଣ୍ଡିଆର ଏହି ଦ୍ରୁତତ୍ତମ ବୋଲର୍ ? କେତେ ରୋଜଗାର କରନ୍ତି ମହମ୍ମଦ ଶାମୀ ? ଆସନ୍ତୁ ଜାଣିବା...ଲଗଜୁରୀ କାରର ଖୁବ୍ ସୌକିନ୍ ଅଟନ୍ତି ଶାମୀ । ଭାରତୀୟ ଦ୍ରୁତ ବୋଲରଙ୍କ ମାସିକ ଆୟ ହେଉଛି ୫୫ ଲକ୍ଷରୁ ଅଧିକ ଟଙ୍କା । ଏହାବ୍ୟତୀତ ସେ ବାର୍ଷିକ ୮ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଶାମୀଙ୍କର ମୋଟ ସମ୍ପତ୍ତି ହେଉଛି ୫୫ କୋଟିରୁ ଅଧିକ ।
{"id":915761,"sizeSlug":"full","linkDestination":"none"}
ଆଇପିଏଲ୍ ଏବଂ ବିଜ୍ଞାପନରୁ ବି ମୋଟା ଅଙ୍କର ରୋଜଗାର କରନ୍ତି ମହମ୍ମଦ ଶାମି । ଆଇପିଏଲରେ ଗୁଜୁରାଟ ଟାଇଟାନ୍ସ ମହମ୍ମଦ ଶାମିଙ୍କୁ ୬ କୋଟି ୨୫ ଲକ୍ଷ ଟଙ୍କାରେ ଚୁକ୍ତି କରିଛି । ଏହାବ୍ୟତୀତ ମହମ୍ମଦ ଶାମୀ ବିସିସିଆଇର ଏ-ଗ୍ରେଡରେ ସାମିଲ ଅଛନ୍ତି । ଏହି କାରଣରୁ ମହମ୍ମଦ ଶାମିଙ୍କୁ ବିସିସିଆଇ ୫ କୋଟି ଟଙ୍କା ଦେବ । ତେବେ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ମହମ୍ମଦ ଶାମି ନେଇଥାନ୍ତି ୧୫ ଲକ୍ଷ ଟଙ୍କା ।
{"id":915764,"sizeSlug":"full","linkDestination":"none"}
ଏହାବ୍ୟତୀତ ଗୋଟିଏ ଦିନିକିଆ ମ୍ୟାଚରୁ ସେ ରୋଜଗାର କରିଥାନ୍ତି ୬ ଲକ୍ଷ ଟଙ୍କା । ମହମ୍ମଦ ଶାମି ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳି ୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଅନ୍ୟପଟେ ବିଜ୍ଞାପନରୁ ପ୍ରାୟ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି ଶାମୀ। ତେବେ ୨୦୨୨ରେ ଏହି ଦ୍ରୁତ ବୋଲରଙ୍କ ମୋଟ ସମ୍ପତ୍ତି ଥିଲା ପ୍ରାୟ ୪୫କୋଟି ଟଙ୍କା । କିନ୍ତୁ ବର୍ତ୍ତମାନ ଏହା ୧୦ କୋଟି ଟଙ୍କା ବୃଦ୍ଧି ପାଇଛି।
{"id":915765,"width":840,"height":473,"sizeSlug":"full","linkDestination":"none"}
ମହମ୍ମଦ ଶାମିଙ୍କର ରହିଛି ଏକ ସୁନ୍ଦର ଫାର୍ମହାଉସ । ଶାମିଙ୍କ ଫାର୍ମହାଉସର ନାଁ ହେଉଛି 'ହସିନ୍' । ସେ ତାଙ୍କ ଫାର୍ମହାଉସ୍ର ନାଁ ତାଙ୍କ ପତ୍ନୀ ହସିନ ଜାହାନଙ୍କ ନାଁରେ ରଖିଛନ୍ତି । ତେବେ ଶାମି ବର୍ତ୍ତମାନ ହସିନ ଜାହାନଙ୍କ ଠାରୁ ଅଲଗା ହୋଇଛନ୍ତି । କିନ୍ତୁ ତାଙ୍କ ଫାର୍ମ ହାଉସ୍ର ନାଁ ପରିବର୍ତ୍ତନ କରିନାହାନ୍ତି ।
{"id":915766,"sizeSlug":"full","linkDestination":"none"}
୩୩ ବର୍ଷୀୟ ଏହି ଦ୍ରୁତ ବୋଲର ଖୁବ୍ କାର୍ ସୌକୀନ ଅଟନ୍ତି । ତାଙ୍କର ଟୟୋଟା ଫର୍ଚୁନର୍, ବିଏମଡବ୍ଲୁ ୫ ସିରିଜ୍ ଏବଂ ଅଡି ପରି ମହଙ୍ଗା କାର ରହିଛି । ଶାମିଙ୍କର ଏକ ଜାଗୁଆର ଏଫ୍-ଟାଇପ୍ ସ୍ପୋର୍ଟସ୍ କାର୍ ମଧ୍ୟ ଅଛି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ସେ ଗତବର୍ଷ ଏହି କାର କିଣିଥିଲେ । ତେବେ ବିଶ୍ୱକପ ଇତିହାସରେ ୫୦ ୱିକେଟ୍ ନେଇ ମହମ୍ମଦ ଶାମି ଦ୍ରୁତତମ ବୋଲର ହୋଇଥିଲେ । ସେ ହେଉଛନ୍ତି ପ୍ରଥମ ଭାରତୀୟ ବୋଲର ଯିଏକି ବିଶ୍ୱକପରେ ଓ୍ବିକେଟରେ ହାସଲ କରିଛନ୍ତି ଅର୍ଦ୍ଧଶତକ ।
You Can Read:
wp:embed {"url":"https://www.prameyanews7.com/garry-sobers-smashes-365-runs-against-pakistan-youngest-player-to-score-triple-century-in-test-cricket/","type":"wp-embed","providerNameSlug":"prameya-news-7"}