ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ୍‌ରେ ନେଟ୍ ପ୍ରାକ୍ଟିସ୍ କଲେ ବିରାଟ ବାହିନୀ

Published By : Prameya-News7 Bureau | December 21, 2019 IST

କଟକ ୨୧।୧୨: ଓଡ଼ିଶାରେ ଏବେ କ୍ରିକେଟ୍ ଫିଭର । ଆସନ୍ତାକାଲି ବାରବାଟୀରେ ଖେଳାଯିବ ଇଣ୍ଡିଆ-ଇଣ୍ଡିଜ୍ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଦଳ ୧-୧ରେ ବରାବର ଥିବାରୁ ବାରବାଟୀ ବିଜେତା ହିଁ ସିରିଜ୍ ହାତେଇବ । ଏଥିପାଇଁ ଉଭୟ ଦଳର ଆଜି ଷ୍ଟାଡିୟମ୍‌ରେ ନେଟ୍ ପ୍ରାକ୍ଟିସ୍ । ପ୍ରଥମେ ଅଭ୍ୟାସ କରିଛନ୍ତି ବିରାଟ ଆଣ୍ଡ କୋ ।

{"id":200530,"sizeSlug":"large"}

ସକାଳ ସାଢେ ୯ଟାରେ ହୋଟେଲରୁ ଟିମ୍ ବସ୍ ବାହାରିଥିଲା ବାରବାଟୀ ଅଭିମୁଖେ । ୧୦ଟା ୧୦ରେ ଖେଳାଳି ପହଞ୍ଚିଥିଲେ ଷ୍ଟାଡିୟମରେ । ବାରବାଟୀରେ ଅଭ୍ୟାସ କରିଥିଲେ ବିରାଟ ବାହିନୀ । ପ୍ରାୟ ୧୨ଟା ଯାଏଁ ଭାରତୀୟ ଖେଳାଳି ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ।

{"id":200531,"sizeSlug":"large"}

ୱେଷ୍ଟଇଣ୍ଡିଜ ଟିମ୍ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଖାପାଖି ୮୦ ପ୍ଲାଟୁନ୍ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣରେ ନିୟୋଜିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.