Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଶେଷ ହେବ ମ୍ୟାଚ୍ ଓ୍ବିନରଙ୍କ କ୍ୟାରିୟର ! ନୀଳ ଜର୍ସିରେ ଦେଖିବାକୁ ମିଳିବେନି ଏହି ଫାଷ୍ଟ ବୋଲର…

6/03/2023 at 12:03 PM

ମୁମ୍ବାଇ ୦୬।୦୩: ଶେଷ ହେବାକୁ ଯାଉଛି ଟିମ୍ ଇଣ୍ଡିଆର ମ୍ୟାଚ୍ ଓ୍ବିନରଙ୍କ କ୍ୟାରିଅର । ପ୍ରଥମେ T20, ଏବେ ODIରୁ ବିଦା ହୋଇଛନ୍ତି ଏହି ଷ୍ଟାର ବୋଲିଂ । ଟିମ ଇଣ୍ଡିଆର ଭେଟେରାନ୍ ଫାଷ୍ଟ ବୋଲର ଭୁବନେଶ୍ବର କୁମାରଙ୍କର କ୍ୟାରିୟର ଶେଷ ହେଉଛି ବୋଲି ବିବେଚନା କରାଯାଉଛି । ନିଜର ଧିମା ବୋଲିଂ ସହ ପର୍ଫମାନ୍ସରେ ଲଗାତର ହ୍ରାସ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ସମସ୍ତ ମ୍ୟାଚରୁ ବାଦ ପଡୁଛନ୍ତି ଭୁବନେଶ୍ବର କୁମାର ।ନିକଟରେ କିଛି ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ପରାଜୟର କାରଣ ପାଲଟିଥିଲେ ଭୁବନେଶ୍ୱର କୁମାର । ଯେଉଁଥିପାଇଁ ଏହି ଷ୍ଟାର ବୋଲରଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ଚୟନକର୍ତ୍ତା ।

ସେହିପରି ୨୧ ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭୁବନେଶ୍ୱର କୁମାର ତାଙ୍କର ଶେଷ ODI ଖେଳିଥିଲେ । ୨୨ ନଭେମ୍ବର ୨୦୨୨ରେ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଶେଷ ଟି -20 ମ୍ୟାଚ୍ ଖେଳିଥିଲେ । ବର୍ତ୍ତମାନ ଟିମ ଇଣ୍ଡିଆରେ ମହମ୍ମଦ ସିରାଜ, ଉମ୍ରାନ ମଲିକ, ମହମ୍ମଦ ଶାମି, ଶିବମ ମାଭି, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକତଙ୍କ ଭଳି ଘାତକ ଦ୍ରୁତ ବୋଲର ODI ଏବଂ ଟି -20ରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଏହି ଦ୍ରୁତ ବୋଲର ରହିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ଟି -20 ଏବଂ ODIକୁ ଫେରିବା ପ୍ରାୟ ଅସମ୍ଭବ ।

ସୂଚନା ଅନୁଯାୟୀ, ଜାନୁଆରୀ ୨୦୨୩ରେ ଶ୍ରୀଲଙ୍କା  ଏବଂ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ODI ଏବଂ ଟି -20 ସିରିଜରେ ଭୁବନେଶ୍ୱର କୁମାର ସ୍ଥାନ ପାଇନଥିଲେ । ମାର୍ଚ୍ଚ ୧୭ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ମଧ୍ୟ ସୁଯୋଗ ପାଇନାହାନ୍ତି ଭୁବନେଶ୍ୱର କୁମାର ।

   Related Posts