ବିଶ୍ୱକପରେ ଟିମ ଇଣ୍ଡିଆ ହାସଲ କରିଛି ସ୍ୱତନ୍ତ୍ର ଉପଲବ୍ଧି : ଏହିଭଳି କରିଥିବା ଭାରତ କେବଳ ଏକ ମାତ୍ର ଟିମ

Published By : Prameya-News7 Bureau | June 28, 2019 IST

ମଞ୍ଚେଷ୍ଟର ୨୮/୬ : ବିଶ୍ୱକପର ଗ୍ରୁପ ଷ୍ଟେଜ ମୁକାବିଲା ପ୍ରାୟତଃ ଶେଷ ପର୍ଯ୍ୟାୟରେ ଅଛି । ସମସ୍ତ ଟିମ ନିଜ କୋଟାର ପ୍ରାୟ ମ୍ୟାଚ ଖେଳି ସାରିଛନ୍ତି । ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜକୁ ଛାଡି ଦେଲେ ସବୁ ଟିମ ସେମି ଫାଇନାଲରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି ।

{"id":128117}

ଅଷ୍ଟ୍ରେଲିଆ ସେମି ଫାଇନାଲରେ ପ୍ରବେଶ କରିସାରିଛି । ସେମି ଫାଇନାଲ ପାଇଁ ଏବେ ଦ୍ୱିତୀୟ ଟିମ ଭାବେ ଦବେଦାର ରହିଛି ଭାରତ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ । ତେବେ ନ୍ୟୁଜିଲାଣ୍ଡ ଓ ଭାରତ ସେମି ଫାଇନାଲ ପାଖାପାଖି ଅଛନ୍ତି ।

{"id":128119}

ଗ୍ରୁପ ଷ୍ଟେଜ ମୁକାବିଲା କଥା କହିବାକୁ ଗଲେ ଗୁରୁବାର ଦିନ ମଞ୍ଚେଷ୍ଟରରେ ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ଥିଲା । ଭାରତ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି ନିଜର ବିଜୟ ରଥ ଜାରି ରଖିଛି । ଏହି ବିଜୟ ପରେ ଭାରତ ସହିତ ଏକ ସ୍ୱତନ୍ତ୍ର ଉପଲବ୍ଧି ଯୋଡି ହୋଇଯାଇଛି । 

{"id":128120}

ଏବେ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳ ଯାଇଥିବା ୩୪ ଟି ମ୍ୟାଚରେ ପ୍ରାୟ ସବୁ ଟିମ ଅତି କମରେ ୬ଟି ମ୍ୟାଚ୍ ଖେଳି ସାରିଛନ୍ତି । ପ୍ରତ୍ୟେକ ଟିମ୍ କୌଣସି ନା କୌଣସି ମ୍ୟାଚ୍ ହାରିଛି । କିନ୍ତୁ ଭାରତ ଏଯାଏଁ ଗୋଟିଏ ହେଲେ ମ୍ୟାଚ୍ ହାରିନାହିଁ । ଗୋଟିଏ ହେଲେ ମ୍ୟାଚ ନହାରି ଭାରତ ରେକର୍ଡ ସୃଷ୍ଟି କରିଛି ।

{"id":128121}

ଭାରତ ଏବେ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଆଗକୁ ଟିମ ଇଣ୍ଡିଆ ବାଂଲାଦେଶ, ଶ୍ରୀଲଙ୍କା ଓ ଇଂଲଣ୍ଡ ସହ ଖେଳିବ ।

{"id":128124,"width":580,"height":360}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.