LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଲଣ୍ଡନ ପରେ ଆମେରିକା; ସାନ୍‌ ଫ୍ରାନ୍ସିକୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ଉପରେ ଖଲିସ୍ତାନୀ ଆକ୍ରମଣ

20/03/2023 at 6:11 PM

ନୂଆଦିଲ୍ଲୀ: ବିଦେଶରେ ଭାରତ ଓ ଏହାର କାର୍ଯ୍ୟକର୍ତ୍ତାଙ୍କ ଉପରେ ଖିଲିସ୍ତାନୀ ଉଗ୍ରବାଦୀମାନେ ଆକ୍ରମଣ ଜାରି ରଖିଛନ୍ତି। ଗତକାଲି ଲଣ୍ଡନରେ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟରେ ଆକ୍ରମଣ ହୋଇଥିବା ବେଳେ ଏବେ ଆମେରିକାର ସାନ୍ ଫ୍ରାନ୍ସିକୋ ସ୍ଥିତ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ ହୋଇଛି।

ପଛପଟେ ଜୋର୍‌ ସାଉଣ୍ଡରେ ପଞ୍ଜାବୀ ଗୀତ ବଜାଇ ବାଣିଜ୍ୟିକ ଦୂତାବସା ଉପରେ ଆକ୍ରମଣ କରିଥିଲେ ଉଗ୍ରବାଦୀ। ବହୁ ସଂଖ୍ୟାରେ ଖଲିସ୍ତାନୀ ଉଗ୍ରବାଦୀ ଦୂତାବାସ ଭିତରେ ପଶି ଭଙ୍ଗାରୁଜା କରୁଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଦୂତାବାସ କାନ୍ଥରେ ଫ୍ରି ଅମ୍ରିତ ପାଲ୍ (ଅମ୍ରିତପାଲଙ୍କୁ ଛାଡ଼ିଦିଅ) ବୋଲି ନାରା ଲେଖିଛନ୍ତି ଉଗ୍ରବାଦୀ।

ଉଗ୍ରବାଦୀମାନେ ବାଣିଜ୍ୟିକ ଦୂତାବାସରେ ପଶି ବିଲ୍ଡିଂର କବାଟ ଓ  ଝରକା କାଚ ଭାଙ୍ଗିବା ସହ ଏହାର ଭିଡିଓ ରେକର୍ଡିଂ କରିଛନ୍ତି। ଭିଡିଓରେ ଖଲିସ୍ତାନ ପତାକା ଲାଗିଥିବା କାଠ ବାଡ଼ିରେ ଉଗ୍ରବାଦୀମାନେ ଝରକା କାଚ ଭାଙ୍ଗିବା ସହ ଖଲିସ୍ତାନ ପତାକା ଉଡ଼ାଉଥିବାର ଦେଖିବାକୁ ମିଳିଛି।  

ସୂଚନା ଅନୁସାରେ ଭାରତୀୟ ଦୂତାବାସ ସାମ୍ନାରେ ଖଲିସ୍ତାନ ପତାକା ଲଗାଇ ଆନ୍ଦୋଳନକାରୀମାନେ ବାହାରେ ସ୍ଲୋଗାନ ଦେଉଥିଲେ। ସମ୍ଭବତଃ  ଦୂତାବସର ୩ କର୍ମଚାରୀ ଖଲିସ୍ତାନ ପତାକାକୁ ହଟାଇ ନେବା ପରେ ବ୍ୟାରିକେଡ୍ ଭାଙ୍ଗି ଭିତରକୁ ଫଶିବାକୁ ଚେଷ୍ଟା କରିଥିଲେ ଉଗ୍ରବାଦୀ। ହେଲେ ଏହି ସମୟରେ କର୍ମଚାରୀ ଭିତରକୁ ଫସିଯାଇ ତୁରନ୍ତ କବାଟ ଦେଇ ଦେଇଥିଲେ। ଉଗ୍ରବାଦୀମାନେ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାରେ ବିଫଳ ହେବାରୁ ବାଡି ଓ ପତାକା ବାଡ଼ିରେ କବାଟ ଓ ଝରକା କାଚ ଭାଙ୍ଗୁଥିବାର ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଖଣ୍ଡାରେ ଝରକା କାଚକୁ ଭାଙ୍ଗୁଥିବାର ଦେଖିବାକୁ ମିଳିଛି।  

ଏହା ପୂର୍ବରୁ ଲଣ୍ଡନରେ ଭାରତୀୟ ହାଇକମିଶନ କାର୍ଯ୍ୟାଳୟରେ ଖଲିସ୍ତାନୀ ଆକ୍ରମଣ ହୋଇଥିଲା। ଉଗ୍ରବାଦୀମାନେ କାର୍ଯ୍ୟାଳୟରେ ଲାଗିଥିବା ତ୍ରିରଙ୍ଗା ପତାକା ଖୋଲିଦେଇଥିଲେ। ଯାହାକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଭାରତରେ ରହୁଥିବା ବ୍ରିଟେନ୍‌ ରାଷ୍ଟ୍ରତ ଦୂତଙ୍କୁ ସମନ କରିଥିଲା। ଏହାପରେ ହାଇକମିଶନଙ୍କ କାର୍ଯ୍ୟାଳୟରେ ପୁଣିଥରେ ପତାକା ଲଗାଇ ଦିଆଯାଇଛି।

   Related Posts