ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଆଜି ଭାରତୀୟ ସମ୍ବିଧାନକୁ ପୁରୁଛି ୭୦ବର୍ଷ, ପାର୍ଲାମେଣ୍ଟର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

26/11/2019 at 8:54 AM

ନୂଆଦିଲ୍ଲୀ ୨୬।୧୧: ଆଜି ବସିବ ସଂସଦର ମିଳିତ ଅଧିବେଶନ ।ଭାରତୀୟ ସମ୍ବିଧାନକୁ ଗ୍ରହଣ କରାଯିବାର ୭୦ ବର୍ଷ ପୂର୍ତ୍ତି ଅବସରରେ ବସିବ ଏହି ମିଳିତ ଅଧିବେଶନ । ସମ୍ବିଧାନ ଦିବସ ଭାବେ ପରିଚିତ ଏହି ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ ।ତେବେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ବସିବାକୁ ଥିବା ଏହି ମିଳିତ ଅଧିବେଶନକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ବୟକଟ୍ କରିବେ ।

୧୯୪୯ ନଭେମ୍ବର ୨୬ରେ ଦେଶକୁ ମିଳିଥିଲା ସମ୍ବିଧାନ । ଆଉ ଏହି ଐତିହାସିକ ଘଟଣାକୁ ନଭେମ୍ବର ୨୬ରେ ପୁରୁଛି ୭୦ ବର୍ଷ ।ଭାରତୀୟ ସମ୍ବିଧାନ ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ସଭା ଦ୍ବାରା ଗୃହିତ ହୋଇଥିଲା । ଆଉ ୨୬ ଜାନୁଆରୀ ୧୯୫୦ରୁ ଏହା କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନର ମୂଳ କପି ଏବେ ପାର୍ଲାମେଣ୍ଟ ଲାଇବ୍ରେରୀରେ ରଖାଯାଇଛି ।

ସମ୍ବିଧାନର ୭୦ ବର୍ଷ ପୂର୍ତ୍ତି ଅବସରରେ ବସୁଛି ପାର୍ଲାମେଣ୍ଟର ମିଳିତ ଅଧିବେଶନ । ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ । ପାର୍ଲାମେଣ୍ଟର ଉଭୟ ସଦନର ସଦସ୍ୟ ସେଣ୍ଟ୍ରାଲ ହଲରେ ହେବେ ଏକାଠି । ଆଉ ଏହି ଅଧିବେଶନ ପ୍ରାୟ ୨ ଘଣ୍ଟା ଧରି ଚାଲିବ । ହେଲେ ଏହି ମିଳିତ ଅଧିବେଶନକୁ ବର୍ଜନ କରିବେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ । ବିରୋଧୀ ଦଳ ଗୁଡ଼ିକର ଯୁକ୍ତି ଯେତେବେଳେ ଦେଶରେ ସାମ୍ବିଧାନିକ ନିୟମର ବାରମ୍ବାର ଉଲ୍ଲଂଘନ କରାଯାଉଛି ସେତେବେଳେ ସମ୍ବିଧାନ ଦିବସ ପାଳନର କୌଣସି ଯଥାର୍ଥତା ନାହିଁ ।

ସୋମବାର ଦିନସାରା କଂଗ୍ରେସ ସଦସ୍ୟମାନେ ସଂସଦର ଉଭୟ ଗୃହରେ ଜୋରଦାର୍ ହଙ୍ଗାମା କରିଥିଲେ ।ଏହାପରେ ଉଭୟ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି ।ତେବେ ଏଥର ସମ୍ବିଧାନ ଦିବସ ପାଳନର ଆଉ ଏକ ବିଶେଷତ୍ବ ହେଲା ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହେବ । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ଭାରତୀୟ ସମ୍ବିଧାନ ଅନୁସାରେ ପରିଚାଳିତ ହେଉଛି ।ଏଥିପାଇଁ ମଙ୍ଗଳବାର ସକାଳ ୧୧ଟାରେ ଶ୍ରୀନଗର ସ୍ଥିତ ସିଭିଲ୍ ସେକ୍ରେଟାରିଏଟରେ ସମ୍ବିଧାନର ମୁଖପତ୍ର ପାଠ କରାଯିବ ।

   Related Posts