Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ସିଧାସଳଖ ଲିଷ୍ଟିଂ ହୋଇପାରିବ ଭାରତୀୟ କମ୍ପାନି, ଅନୁମତି ମିଳିବା ନେଇ ଅର୍ଥମନ୍ତ୍ରୀଙ୍କ ସଙ୍କେତ

11/09/2023 at 8:16 PM

ନୂଆଦିଲ୍ଲୀ: ସିଧାସଳଖ ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ଲିଷ୍ଟିଂ ହୋଇପାରିବେ ଭାରତୀୟ କମ୍ପାନି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅନୁଯାୟୀ, ଏହି ଯୋଜନା ଉପରେ ଭାରତ ପୁର୍ନବିଚାର କରୁଛି । ଏହି ଯୋଜନାକୁ ଅନୁମତି ମିଳିଲେ ସିଧାସଳଖ ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ଭାରତୀୟ କମ୍ପାନି ତାଲିକାଭୁକ୍ତ ହୋଇପାରିବେ। ତେବେ ବଡ଼ କଥା ହେଲା ଏନେଇ ପୂର୍ବରୁ ମଧ୍ୟ ପ୍ରୟାସ କରାଯାଇଥିଲା। କିନ୍ତୁ ଟ୍ୟାକ୍ସ ବ୍ୟବସ୍ଥାରେ କ୍ଷତି ଏବଂ ବିରୋଧ ସ୍ବର ଫଳରେ ଏହାକୁ ସ୍ଥଗିତ ରଖାଯାଇଥିଲା।

ଗତସପ୍ତାହରେ ନିର୍ମଳା ସୀତାରମଣ ଜି୨୦ ବୈଠକ ସମୟରେ ବ୍ରିଟିଶ ଅର୍ଥମନ୍ତ୍ରୀ ଜେରେମୀ ହଣ୍ଟଙ୍କ ସହ ଦ୍ବିପାକ୍ଷିକ ବୈଠକ ପରେ ଏହି ଯୋଜନା ଉପରେ ପୁର୍ନବିଚାର କରାଯାଉଥିବା ନେଇ ସଙ୍କେତ ଦେଇଛନ୍ତି। ହଣ୍ଟ ମଧ୍ୟ କହିଛନ୍ତି ‘‘ଭାରତ ସରକାର ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜରେ, ଏହାର ସ୍ଥାନୀୟ କମ୍ପାନିଙ୍କୁ ସିଧାସଳଖ ଲିଷ୍ଟିଂ ପାଇଁ ଅନୁମତି ଦେବା ଯୋଜନା ଉପରେ ପୁର୍ନବିଚାର ଉପରେ ପୁଣି ଇଚ୍ଛା ପ୍ରକାଶ କରିଛି।’’ ଏହା ସହ ସେ ଏଥିପାଇଁ ସମର୍ଥନ ଦେବା ସହ ଏହାକୁ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଶେୟାର ବଜାରରେ ଜବରଦସ୍ତ ପୁଞ୍ଜି ନିବେଶ,୨୦ ହଜାର ପାର୍ କରି ରେକର୍ଡ କଲା ନିଫ୍‌ଟି

ବର୍ତ୍ତମାନର ନିୟମ ଅନୁସାରେ ଭାରତୀୟ କମ୍ପାନିଙ୍କୁ ସିଧାସଳଖ ଭାବରେ ବିଦେଶୀ ଏକ୍ସଚେଞ୍ଜରେ ଲିଷ୍ଟିଂ ପାଇଁ ଅନୁମତି ନାହିଁ। ବର୍ତ୍ତମାନ ଏହି କମ୍ପାନିମାନେ କେବଳ ଡିପୋଜିଟୋରି ରିସିପ୍ଟ (DR) ମାଧ୍ୟମରେ କାରବାର କରିପାରୁଛନ୍ତି।

ଭାରତୀୟ କମ୍ପାନିଙ୍କୁ ସିଧାସଳଖ ଭାବରେ ବିଦେଶୀ ଏକ୍ସଚେଞ୍ଜରେ ଲିଷ୍ଟିଂ କରିବା ପାଇଁ ପ୍ରଥମେ ୨୦୨୦ରେ ପ୍ରସ୍ତାବିତ ହୋଇଥିଲା। ଏମିତି ମଧ୍ୟ କୁହାଯାଇଥିଲା ଯେ, ଲଣ୍ଡନ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ଅନେକ ଭାରତୀୟ ଟେକ୍ନୋଲୋଜି କମ୍ପାନିଙ୍କ ଦ୍ବାରା ବିଦେଶୀ ଷ୍ଟକ୍‌ରେ ଲିଷ୍ଟିଂ ପାଇଁ କଥାବାର୍ତ୍ତା ଜାରି ରଖିଛି।କିନ୍ତୁ ଟ୍ୟାକ୍ସରେ କ୍ଷତି ଏବଂ ସତ୍ତାରେ ଥିବା ପାର୍ଟୀର କିଛି ଗୋଷ୍ଠୀଙ୍କ ବିରୋଧ ପରେ ଏହାକୁ ସ୍ଥଗିତ କରାଯାଇଥିଲା।

   Related Posts