୮ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶୋଭାଯାତ୍ରା ସହ ଆନ୍ଦୋଳନ

Published By : Prameya-News7 Bureau | June 10, 2023 IST

ଚଣ୍ଡିଖୋଲ ୧୦୬: ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀ ଅଧିନ ଚଣ୍ଡିଖୋଲ ଛକଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶୋଭାଯାତ୍ରା କରି ଶତାଧିକ ଦଳୀୟ କର୍ମୀ ଚଣ୍ଡିଖୋଲ ସ୍ଥିତ ବୁଦ୍ଧ ମୂର୍ତ୍ତି ନିକଟରେ ଆନ୍ଦୋଳନରେ ବସିଥିଲେ । ଏହି ଅବସରରେ ସେମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୮ ଗୋଟି ଦାବି ପ୍ରସ୍ତାବ ଦେଇଥିଲେ ।

{"id":801079,"width":739,"height":406,"sizeSlug":"full","linkDestination":"none"}

ଧାନର କ୍ରୟ ମୂଲ୍ୟ ବୃଦ୍ଧି, ବାଲେଶ୍ଵର ସ୍ଥିତ ବାହାନଗା ରେଳ ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ଅନୁକମ୍ପା, ଚଣ୍ଡିଖୋଲକୁ NAC ମାନ୍ୟତା, ବ୍ୟବସାୟୀମାନଙ୍କ ପାଇଁ ଭେଣ୍ଡିଂ ଜୋନର ବ୍ୟବସ୍ଥା, ଚଣ୍ଡିଖୋଲ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ, ବେକାରୀ ସମସ୍ୟା ଦୂରୀକରଣ, ଦର ବୃଦ୍ଧି କମାଇବା ଓ ପ୍ରତି ପରିବାରକୁ ୨୦୦ ୟୁନିଟ୍ ବିଦ୍ୟୁତ ମାଗଣାରେ ଯୋଗାଇଦେବା ଭଳି ଦାବି ଉପସ୍ଥାପନ କରିଥିଲେ । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ ଦେବା ପାଇଁ ଆହ୍ୱାନ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/cbi-probe-in-bhanga-tragedy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cbi-probe-in-bhanga-tragedy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.