ୟୁଗାଣ୍ଡାରେ ଭାରତୀୟ ନାଗରିକଙ୍କୁ ହତ୍ୟା, ଅଫିସ୍‌ ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ ପୋଲିସ କନଷ୍ଟେବଳ

Published By : Prameya-News7 Bureau | May 16, 2023 IST

ନୂଆଦିଲ୍ଲୀ, ୧୬/୦୫: ୟୁଗାଣ୍ଡାରେ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ହତ୍ୟା କରିଥିବା ବ୍ୟକ୍ତି ଜଣେ ପୋଲିସ୍‌ କନଷ୍ଟେବଳ ଏବଂ ସେ ଅଫ୍ ଡ୍ୟୁଟିରେ ଥିବା ସମୟରେ ଏଭଳି ଘଟଣା ଘଟାଇଛନ୍ତି। ୟୁଗାଣ୍ଡାର ରାଜଧାନୀ କମ୍ପାଲାରେ ହୋଇଥିବା ହତ୍ୟା ଘଟଣାକୁ ପୋଲିସ୍‌ ପ୍ରାୟୋଜିତ ବୋଲି କହିଛି। ପୋଲିସ କନଷ୍ଟବଳ ଜଣକ ଏକ ଚୋରା ଏକେ-୪୭ ରାଇଫଲରେ ଭାରତୀୟ ନାଗରିକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ପୋଲିସ କନଷ୍ଟେବଳଙ୍କ ପରିଚୟ ୩୦ ବର୍ଷୀୟ ଇବାନ ବାବବାୟର ବୋଲି ଜଣାପଡ଼ିଛି। ସେ ଭାରତୀୟ ନାଗରିକ ଉତ୍ତମ ଭଣ୍ଡାରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ଏବଂ ଉତ୍ତମଙ୍କ ମଧ୍ୟରେ ଲୋନକୁ ନେଇ କିଛି ବିବାଦ ରହିଥିଲା। ଉତ୍ତମ ୟୁଗାଣ୍ଡାରେ ଏକ ଆର୍ଥିକ ସଂସ୍ଥା ଚଳାଉଥିଲେ। ମେ ୧୨ରେ ହୋଇଥିବା ଏହି ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେ​‌ବେ ଉକ୍ତ ପୋଲିସ୍‌ କନଷ୍ଟେବଳଙ୍କୁ ଗିରଫ କରାଯାଇଛି।

ପୋଲିସର କହିବା ଅନୁଯାୟୀ ଇବାନ ଅତି ନିକଟରୁ ଗୁଳି ମାରିଥିଲେ। ଯାଞ୍ଚରେ ଉକ୍ତ ପୋଲିସ କନଷ୍ଟେବଳଙ୍କ ମାନସିକ୍ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି। ପାଞ୍ଚ ବର୍ଷ ତଳେ ନିଜ ବନ୍ଧୁଙ୍କୁ ମଧ୍ୟ ଗୁଳିମାରି ହତ୍ୟା କରିଥିଲେ ଇବାନ। ଯାହା ପରେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ହତିଆର ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ସେପଟେ ଭାରତୀୟ ନାଗରିକଙ୍କ ହତ୍ୟା ପରେ ୟୁଗାଣ୍ଡାର ରାଷ୍ଟ୍ରପତି ୟୋବେରୀ ମୁସେବେନୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଭାରତୀୟ ହାଇକମିଶନ ଟ୍ବିଟ୍‌ କି ଦୁଃଖପ୍ରକାଶ କରିବା ସହ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ନେଇ ଧନ୍ୟବାଦ ଜଣାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.