ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଟେସ୍ଲାଙ୍କ ଏଲନ ମସ୍କଙ୍କୁ ପାର କରିଗଲା ଭାରତୀୟ CEOଙ୍କ ପ୍ୟାକେଜ୍, ବ୍ୟାଟେରୀ ଷ୍ଟାର୍ଟଅପ ଦେଉଛନ୍ତି ୨.୩ ବିଲିୟନ ଡଲାର ବେତନ !

16/12/2021 at 8:53 PM

ସାନଜୋସ୍: ଆମେରିକାନ ବ୍ୟାଟେରୀ ଷ୍ଟାର୍ଟଅପ କ୍ୱାଣ୍ଟମ ସ୍ପେସ୍ କ୍ରପ୍ ଭାରତୀୟ ଜଗଦ୍ଦୀପ ସିଂହଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ କରିଛନ୍ତି। ଏଥିଲାଗି ତାଙ୍କ ନିମନ୍ତେ କମ୍ପାନୀ ୨.୩ ବିଲିୟନ ଡଲାରର ପ୍ୟାକେଜ୍ ଦେଇଛି। ବିଶ୍ୱର ସବୁଠୁ ଧନୀ କମ୍ପାନୀ ଟେସଲା ତାଙ୍କର ସିଇଓ ଏଲନମସ୍କଙ୍କୁ ଦେଉଥିବା ପ୍ୟାକେଜ୍‌ରୁ ବି ଏହା ଅନେକ ଅଧିକ ବୋଲି କୁହାଯାଉଛି। ତେବେ ଷ୍ଟାର୍ଟଅପଙ୍କ ପ୍ୟାକେଜ୍‌କୁ ସେୟାର ଧାରୀଙ୍କ ମଞ୍ଜୁରୀ ମଧ୍ୟ ମିଳିଥିବା ଜଣାପଡିଛି।

କ୍ୱାଣ୍ଟମ ସ୍ପେସ୍‌ କ୍ରପ୍‌ଙ୍କ ମୋଟ ମୂଲ୍ୟ ଅନୁନ୍ୟ ୫୦ ବିଲିୟନ ଡଲାର (୪ଲକ୍ଷ କୋଟି ଟଙ୍କା) ଏଥିରେ ଏତବଡ଼ ପ୍ୟାକେଜରେ ସିଇଓଙ୍କ ନିଯୁକ୍ତିକୁ ପ୍ରଥମେ ସେୟାରଧାରୀ ସହଜରେ ଗ୍ରହଣ କରିପାରିନଥିଲେ। ଏଣୁ ଜଗଦ୍ଦୀପଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ତେବେ ପରେ ଏଥିରେ ସମସ୍ତେ ସହମତ ହୋଇଯାଇଛନ୍ତି। ଜଗଦ୍ଦୀପ ଯଦି କମ୍ପାନୀକୁ ତା ଲକ୍ଷ ହାସଲରେ ସଫଳ କରାଇପାରିବେ ତେବେ ତାଙ୍କୁ ଏହି ପ୍ୟାକେଜ୍ ଦିଆଯିବ। ତେବେ ମଲ୍ଟି ବିଲିୟନ ପ୍ୟାକେଜ୍ ପାଇବାରେ ମସ୍କଙ୍କ ପରେ ଜଗଦ୍ଦୀପ ସିଂହ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବ୍ୟକ୍ତି।

କ୍ୱାଣ୍ଟମ ସ୍ପେସ୍‌ ଏକ ଆମେରିକୀୟ କମ୍ପାନୀ ଓ ଭୋକ୍ସ ୱାଗନ ଏଜି ଏବଂ ବିଲଗେଟସ୍‌ ଭେଞ୍ଚର ଫଣ୍ଡ ଏହାକୁ ସମର୍ଥନ କରୁଛନ୍ତି। ତେବେ ଚଳିତବର୍ଷ ସର୍ଟ ସେଲର୍ସ କମ୍ପାନୀର କାରବାର ଉପରେ ସମ୍ଭାବନା ବ୍ୟକ୍ତ କରିବା ଯୋଗୁ ଏହାର ସେୟାର ମୂଲ୍ୟରେ ହ୍ରାସ ଦେଖା ଦେଇଛି। ଏବେ କମ୍ପାନୀର ସେୟାର ମୂଲ୍ୟ ପ୍ରାୟ ୭୨ ପ୍ରତିଶତ ପର୍ଯ୍ୟନ୍ତ ଖସି ସାରିଥିବା ବେଳେ ଜଗଦ୍ଦୀପ ସିଂହ ଏହାର ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏଥିରେ କମ୍ପାନୀର ଲକ୍ଷ୍ୟ ସାଧନ କିପରି ହେଉଛି ତା ଉପରେ ସମସ୍ତଙ୍କ ନଜର।

   Related Posts