ଅଲମ୍ପିକ ଯୋଗ୍ୟତା ପାଇଁ ମଇଦାନକୁ ଓହ୍ଲାଇବେ ୧୩ ଭାରତୀୟ ବକ୍ସର
3/03/2020 at 7:42 PM

ନୂଆଦିଲ୍ଲୀ ୦୩।୦୩- ବକ୍ସିଂରେ ଦୁଇ ଥର ବିଶ୍ଵ ଚମ୍ପିଆନସିପରେ କାଂସ୍ୟ ପଦକ ବିଜେତା ଲୋଭିନା ବୋରଗହେନ(୬୯ କେଜି), ଏସୀୟ କ୍ରୀଡାର ସ୍ଵର୍ଣ୍ଣ ପଦକ ବିଜେତା ପୂଜା ରାଣୀ(୭୫କେଜି) ଓ ରାଜ୍ୟଗୋଷ୍ଠୀ କ୍ରୀଡାର ରୌପ୍ୟ ପଦକ ବିଜେତା ସତିଶ କୁମାର(୯୧ କେଜି) ଏହି ତିନି ଖେଳାଳି ଏସିୟାନ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ କେବଳ ଗୋଟିଏ ମ୍ୟାଚ ଜିତିଲେ ୨୦୨୦ ଟୋକିଓ ଅଲମ୍ପିକ ପାଇଁ ନିଜର ସ୍ଥାନ ସୁନିଶ୍ଚିତ କରିବେ।
ବିଶ୍ଵ ଚମ୍ପିଆନସିପ ରୌପ୍ୟ ପଦକ ବିଜେତା ଅମିତ୍ ପଙ୍ଘଲ(୫୨ କେଜି) ଏବଂ ଛଅ ଥର ବିଶ୍ଵ ଚମ୍ପିଆନ ମେରି କମ(୫୧ କେଜି) ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରି ପାରିବେ ଯଦି ଉଭୟ ସେମାନଙ୍କର ପ୍ରଥମ ଦୁଇଟି ମ୍ୟାଚ୍ ଜିତିବେ। ଏହି ବିଜୟ ସହିତ ଉଭୟ ଜୋର୍ଡାନର ଅମାନରେ ଖେଳା ଯାଉଥିବା ଏସିୟାନ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ସେମି ଫାଇନାଲରେ ମଧ୍ୟ ପ୍ରବେଶ କରିବେ।
ଏହି ପରି ଭାରତର ଆଠ ଜଣ ପୁରୁଷ ଓ ପାଞ୍ଚ ଜଣ ମହିଳା ଆସିୟାନ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ କ୍ରୀଡା ଖେଳି ଟୋକିଓ ଅଲମ୍ପିକ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରୀଡାକୁ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ କମିଟି(ଆଇଓସି) ବକ୍ସିଂ ଟାକ୍ସ ଫୋର୍ସ ଆୟୋଜନ କରିଥାଏ।