ରାଞ୍ଚି: ଏଠାରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଭ୍ରମଣକାରୀ ବୋଲରଙ୍କ ସ୍ପିନ ଜାଲରେ ଫଶି ଭାରତ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ୍ ହରାଇ ୨୧୯ ରନ କରିଛି। ଦିନର ଖେଳ ଶେଷ ଆଡ଼କୁ ଧ୍ରୁବ ଜୁରେଲ ଓ କୁଲଦୀପ ଯାଦବ ଭାରତ ପାଇଁ ସଙ୍କଟମୋଚକ ସାଜିଛନ୍ତି। ଦୁଇ ବ୍ୟାଟର କ୍ରମଶଃ ୩୦ ରନ ଓ ୧୭ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଭାରତ ଏବେ ବି ଇଂଲଣ୍ଡଠୁ ୧୩୪ ରନରେ ପଛରେ ରହିଛି। ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ୍ ୧୨୨ ରନରେ ଅପରାଜିତ ଥିବା ବେଳେ ଓଲି ରବିନସନ ୫୮ ରନ କରିଥିଲେ।
wp:heading {"level":4}Also read- ଯଶସ୍ୱୀଙ୍କ ଜଲୱା ଜାରି: ଗାଙ୍ଗୁଲି ଓ ଗୌତମଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍ ବ୍ୟାଟର
/wp:headingପ୍ରଥମ ଇନିଂସ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଦଳୀୟ ସ୍କୋର ୪ ରନରେ ଅଧିନାୟକ ରୋହିତ ଶର୍ମା(୨) ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଥିଲେ। ଏହା ଫରେ ଚମତ୍କାର ଫର୍ମରେ ଥିବା ଯଶସ୍ଵୀ ଜୟସ୍ଵାଲ ଓ ଶୁଭମନ ଗିଲ୍ ଦୃଢତାର ସହ ବ୍ୟାଟିଂ କରି ଦ୍ଵିତୀୟ ଭାଗିଦାରୀରେ ୮୨ ରନ ଯୋଡ଼ିଥିଲେ। ଗିଲ୍ ୩୮ ରନ କରି ପାଭିଲିୟନ ଫେରିଥିଲେ। ଏହାପରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଇଂଲଣ୍ଡ ସ୍ପିନରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ ଭାରତୀୟ ବ୍ୟାଟର। ଗୋଟିଏ ପଟେ ଜୟସ୍ଵାଲ କ୍ରିଜରେ ଜମିଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।
ପୁଣି ଥରେ ଭାରତୀୟ ଦଳକୁ ନିରାଶ କରିଛନ୍ତି ରଜତ ପାଟିଦାର(୧୭)। ରବୀନ୍ଦ୍ରା ଜାଡ଼େଜା ୧୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଜୟସ୍ଵାଲ ଆଉ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୧୧୭ ବଲ୍ରୁ ୮ ଚୌକା ଓ ୧ ଛକା ସହ ୭୩ ରନ କରି ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଗତ ମ୍ୟାଚ୍ର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ସରଫରାଜ ଖାନ(୧୪) ପାଭିଲିୟନ ଫେରିଥିଲେ। ରବିଚନ୍ଦ୍ରନ ଅଶ୍ଵିନ(୧) କ୍ରିଜରେ ତିଷ୍ଠି ପାରି ନ ଥିଲେ। ୧୭୭ ରନରେ ୭ ଓ୍ଵିକେଟ୍ ହରାଇ ଭାରତ ସଙ୍କଟରେ ପଡିଥିଲା।
ତେବେ ଓ୍ଵିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ ଓ କୁଲଦୀପ ଯାଦବ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦ୍ଵିତୀୟ ଦିନରେ ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଉଭୟ ଅବିଭାଜିତ ଅଷ୍ଟମ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ି ସାରିଲେଣି। ଖେଳ ଶେଷ ସୁଦ୍ଧା ଭାରତ ୭ ଓ୍ଵିକେଟ୍ ହରାଇ ୨୧୯ ରନ କରିଛି। ଧ୍ରୁବ ଜୁରେଲ ୩୦ ରନ ଓ କୁଲଦୀପ ଯାଦବ ୧୭ ରନ କରି ବ୍ୟାଟିଂ କରୁଛନ୍ତି। ଇଂଲଣ୍ଡ ପକ୍ଷରୁ ଟମ୍ ଶୋଏବ ବସିର ୮୪ ରନ ଦେଇ ସର୍ବାଧିକ ୪ଟି ସଫଳତା ହାସଲ କରିଛନ୍ତି। ଟର୍ମ ହାଟଲୀ ୨ଟି ଓ ଜେମ୍ସ ଆଣ୍ଡରସନ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ଦିନର ଖେଳ ୩୦୨/୭ରୁ ବ୍ୟାଟିଂ କରିଥିଲା। ଦଳ ଆଉ ୫୧ ରନ ଯୋଡ଼ି ଅବଶିଷ୍ଟ ଓ୍ଵିକେଟ୍ ହରାଇଥିଲା। ତେବେ ଜୋ ରୁଟ୍ ୧୨୨ ରନରେ ଅପରାଜିତ ଥିଲେ। ଓଲି ରବିନସନ ୫୮ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ଶୋଏବ ବସିର ଓ ଜେମ୍ସ ଆଣ୍ଡରସନଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ ଜାଡ଼େଜା। ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୫୩ ରନରେ ଅଲଆଉଟ୍ ହୋଇଥିଲା।