suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୂର୍ବତନ ପାକ କ୍ରିକେଟରଙ୍କ ବୟାନ, କୋହଲି ନୁହେଁ, ସଚିନଙ୍କ ସମୟରେ ମଜବୁତ ଥିଲା ଭାରତର ବ୍ୟାଟିଂ

8/11/2020 at 12:16 PM

ନୂଆାଦିଲ୍ଲୀ ୦୮/୧୧ : ବିରାଟ କୋହଲି ନୁହେଁ, ସଚିନ ତେନ୍ଦୁଲକରଙ୍କ ସମୟରେ ଭାରତର ବ୍ୟାଟିଂ ଲାଇନ ମଜବୁତ ଥିଲା । ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ୍ କହିଛନ୍ତି ଯେ ବର୍ତ୍ତମାନ କୋହଲିଙ୍କ ଅଧିନାୟକତ୍ବରେ ପରିଚାଳିତ ହେଉଥିବା ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ ଠାରୁ ସଚିନ ତେନ୍ଦୁଲକରଙ୍କ ସମୟର ବ୍ୟାଟିଂ ଲାଇନ ବେଶ ପ୍ରଭାବଶାଳୀ ଥିଲା ।

ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ମହମ୍ମଦ ୟୁସୁଫ, ତେନ୍ଦୁଲକରଙ୍କୁ ବ୍ରାଏନ ଲାରା ଏବଂ ରିକି ପଣ୍ଟିଂଙ୍କ ଭଳିଙ୍କ କିମ୍ବଦନ୍ତୀ କ୍ରିକେଟରଙ୍କ ଠାରୁ ଭଲ ଏବଂ ତାଙ୍କ ସମୟର ସବୁଠାରୁ ପ୍ରଭାବଶାଳୀ ବ୍ୟାଟ୍ସମ୍ୟାନ ଭାବେ ଅଭିହିତ କରିଛନ୍ତି । ୟୁସୁଫ ଆହୁରି ମଧ୍ୟ କହିଛନ୍ତି ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ ସବୁ ଫର୍ମାଟରେ ଭଲ ଖେଳନ୍ତି । କିନ୍ତୁ ଯଦି ତୁଳନା କରାଯାଏ  ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏସ ଳକ୍ଷ୍ମଣ ଏବଂ ସୌରଭ ଗାଙ୍ଗୁଲିଙ୍କ ବ୍ୟାଟିଂ ଲାଇନ ଏବେକାର ବ୍ୟାଟିଂ ଲାଇନ ତୁଳନାରେ ବେଶ ଶକ୍ତିଶାଳୀ ଥିଲା । ଆଜିକାଲିର କ୍ରିକେଟ ବହୁତ ବଦଳିଗଲାଣି ଏବଂ ଏବେ ବୋଲିଂର ସ୍ତର ମଧ୍ୟ ଏତେ ଭଲ ନାହିଁ ବୋଲି କହିଛନ୍ତି ୟୁସୁଫ୍ ।

ତେନ୍ଦୁଲକରଙ୍କର ବ୍ୟାଟିଂକୁ ନେଇ ମହମ୍ମଦ ୟୁସୁଫ କହିଛନ୍ତି, ଯେବେ ସେ ପାକିସ୍ତାନ ପକ୍ଷରୁ ଖେଳୁଥିଲେ ସେତେବେଳେ ବ୍ରାଏନ ଲାରା, ରିକି ପଣ୍ଟିଂ, ମାଥ୍ୟୁ ହେଡେନଙ୍କ ଭଳି ବିଶ୍ବସ୍ତରୀୟ ଖେଳାଳି ଥିଲେ କିନ୍ତୁ ସଚିନ ତେନ୍ଦୁଲକର ସବୁ ଫର୍ମାଟରେ ସମ୍ପୁର୍ଣ୍ଣ ଖେଳାଳି ଥିଲେ।  ସେତେବେଳେ ଭାରତର ବୋଲିଂ ଲାଇନ ଏତେଟା ଖାସ ନଥିଲା କିନ୍ତୁ ବ୍ୟାଟିଂ ଅର୍ଡର ଶୀର୍ଷସ୍ତରୀୟ ଥିଲା ।

ପାକିସ୍ତାନ ପକ୍ଷରୁ ୯୦ ଟେଷ୍ଟ ଏବଂ ୨୮୮ ଦିନିକିଆ ମ୍ୟାଚ ଖେଳିଥିବା ୟୁସୁଫ କହିଛନ୍ତି ତାଙ୍କୁ ବର୍ତ୍ତମାନ ରୋହିତ ଶର୍ମାଙ୍କ ଖେଳିବାର ଅନ୍ଦାଜ ବହୁତ ପସନ୍ଦ କିନ୍ତୁ କୋହଲି ଅଧିକ ଗମ୍ଭୀର, ପ୍ରତିବଦ୍ଧ ଏବଂ ପଡିଆ ମଧ୍ୟରେ ବହୁତ ପରିଶ୍ରମ କରନ୍ତି ସେହି କାରଣରୁ ସେ ଏତେ ସଫଳ ହୋଇପାରିଛନ୍ତି । ପ୍ରାୟତ ସବୁଦେଶରେ ରନ ବନାଉଛନ୍ତି ଏବଂ ଅଧିନାୟକ ହେବା ପରେ କୋହଲି ବେଶି ସଫଳତା ପାଇଉନ୍ତି ।

ତେବେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହିତ ତୁଳନା ନକରିବାକୁ କହିଛନ୍ତି ଏହି ପୂର୍ବତନ ପାକ ଅଧିନାୟକ । କୋହଲି ବାବରଙ୍କ ଠାରୁ ବେଶି ଅନୁଭବି ଏବଂ ତାଙ୍କର ଅନେକ ଦେଶରେ ଖେଳିବାର ଅନୁଭବ ଅଛି ବୋଲି ୟୁସୁଫ କହିଛନ୍ତି ।

   Related Posts