ଇସ୍ରାଏଲ-ହିଜବୁଲ ଯୁଦ୍ଧ ମଧ୍ୟରେ ଭାରତୀୟ ସେନାର ସଫଳ ଅପରେସନ, ସୁରକ୍ଷିତ ଦେଶକୁ ଫେରିଲେ ଆହତ ଜବାନ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ ୨୬।୯: ଗାଜା ଯୁଦ୍ଧ ପରେ ଏବେ ଇସ୍ରାଏଲ ଓ ହିଜବୁଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି। ଏହି ଅହ୍ୱାନପୂର୍ଣ୍ଣ ପରିବେଶରେ ଭାରତୀୟ ସେନା ଇସ୍ରାଏଲରୁ ନିଜର ଆହତ ସୈନିକଙ୍କୁ ଦେଶକୁ ଫେରାଇ ଆଣିବାକୁ ହାତକୁ ନେଇଥିବା ଉଦ୍ଧାର ଅଭିଯାନ ସଫଳ ହୋଇଛି।  ଡାକ୍ତରଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ଟିମ୍ ସି-୧୩୦ ଏୟାର ଆମ୍ବୁଲାନ୍ସ ଦ୍ୱାରା ଗୋଲାନ ହାଇଟସ୍‌ରୁ ନିଜର ଆହତ ସୈନିକଙ୍କୁ ରେସ୍କ୍ୟୁ କରିଛି। 

ଏହି ମିସନରେ ଭାରତୀୟ ବାୟୁସେନା, ବିଦେଶ ମନ୍ତ୍ରାଳୟ ଓ ଅନ୍ୟ ଏଜେନ୍ସୀମାନେ ମିଳିତ କାର୍ଯ୍ୟ କରିଛନ୍ତି। ଭାରତୀୟ ସେନାପକ୍ଷରୁ କୁହାଯାଇଛି ଯେ ଉଦ୍ଧର ଅଭିଯାନରେ କେବଳ ଏହା ସୁନିଶ୍ଚିତ କରାଯାଇଛି ଯେ ଆହତ ସୈନିକଙ୍କୁ ଅତ୍ୟନ୍ତ ଅନିଶ୍ଚିତ ସ୍ଥିତି ମଧ୍ୟରେ ଭାରତ ଅଣାଯିବ ବରଂ ରାସ୍ତାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଦେଖରେଖ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। କ୍ରିଟିକାଲ କେୟାର ଏୟାର ଇଭାକ୍ୟୁଏସନ ମେଡିକାଲ ଟିମ୍‌ର ନେତୃତ୍ୱ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅନୁଜ ସିଂହ ନେଇଛନ୍ତି। 

ହାବିଲଦାର ସୁରେଶ ଆର ଆହତ ହେବା କାରଣରୁ ୧ ମାସ ଧରି ଇସ୍ରାଏଲର ହାଇଫାସ୍ଥିତ ରାମବାମ ହସ୍ପିଟାଲରେ ଭର୍ତ୍ତି ଥିଲେ। ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ତାଙ୍କୁ ସିଜେଡ ଲାବୁଲ-୧ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏୟାର ଆମ୍ବୁଲାନ୍ସ ତାଙ୍କୁ ନେଇ ତେଲଆଭିବରୁ ରାତି ଗୋଟାଏ ୨୦ ମିନିଟ୍‌ରେ ବାହାରିଥିଲା ଓ ଗୁରୁବାର ପୂର୍ବାହ୍ନ ୧୦ଟା ବେଳେ ଜାମ ନଗରରେ ପହଞ୍ଚିଛି। ତାଙ୍କୁ ଆକାଶ ମାର୍ଗରେ ପାଲମ ନିଆଯାଇଥିଲା, ସେଠାରୁ ଆମ୍ବୁଲାନ୍ସ ଯୋଗେ ଆର ଏଣ୍ଡ ଆର ନୂଆଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.