ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

PoK ଉପରେ ଭାରତୀୟ ସେନାର ବୟାନକୁ ନେଇ ଜବାବ ଦେଲା ପାକ୍ ସେନା, କହିଲା…

24/11/2022 at 10:38 PM

ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ନେଇ ଦେଇଥିବା ବୟାନରେ ପାକିସ୍ତାନରେ ଚାଞ୍ଚଲ୍ୟ ଖେଳି ଯାଇଛି। ଭାରତୀୟ ସେନାଙ୍କ ବୟାନ ଉପରେ ଏବେ ପାକିସ୍ତାନୀ ସେନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପାକିସ୍ତାନ ସେନାର ମିଡିଆ ଓ୍ଵିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲସେନ(ISPR)  କହିଛି, ଭାରତୀୟ ସେନାର ବିଚାର ସେଠାକାର ଘରୋଇ ରାଜନୀତି ଅନୁରୂପ। ତଥାକଥିତ ଲଞ୍ଚ ପ୍ୟାଡ୍ ଏବଂ ଆତଙ୍କବାଦୀଙ୍କ ନିରାଧାର ଅଭିଯୋଗ ଲଗାଇ ଆମର ଧ୍ୟାନ ହଟାଇବାକୁ ଚାହାନ୍ତି। ଭାରତ ପକ୍ଷରୁ ଏମିତି ବୟାନ ଜାମ୍ମୁ-କାଶ୍ମୀରରେ ଜାରି ମାନବାଧିକାର ହନନରୁ ଧ୍ୟାନ ହଟାଇବା ପାଇଁ ଦିଆଯାଉଛି।

ISPR ପକ୍ଷରୁ ଟ୍ଵିଟ୍ କରି କୁହାଯାଇଛି ଯେ, ଭାରତୀୟ ସେନା ପକ୍ଷରୁ ସ୍ଵାଧୀନ ଜାମ୍ମୁ-କାଶ୍ମୀରକୁ ନେଇ ଯେଉଁ ଚିନ୍ତା ପ୍ରକାଶ କରାଯାଉଛି ତାହା ଭିତ୍ତିହୀନ। ଭାରତୀୟ ସେନାଙ୍କ ଦାବି ବାସ୍ତବିକତା ପ୍ରତି ଅପମାନ। କ୍ଷେତ୍ରୀୟ ଅଖଣ୍ଡତା, ଶାନ୍ତି ଏବଂ ସ୍ଥିରତା କାଏମ ପାଇଁ ପାକିସ୍ତାନ ସେନା ସମର୍ଥ। ଶତ୍ରୁ ପକ୍ଷର ଯେ କୌଣସି ଦୁଃସାହାସକୁ ଆମ ସେନା ପ୍ରତିହତ କରିବାକୁ ସକ୍ଷମ ବୋଲି ISPR ଡିଜି କହିଛନ୍ତି।

ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ନିଜ ନିୟନ୍ତ୍ରଣକୁ ନେବାକୁ ପ୍ରସ୍ତୁତ। ବାସ୍ ସରକାରଙ୍କ ଆଦେଶକୁ ଅପେକ୍ଷା। ମଙ୍ଗଳବାର ଏମିତି ବୟାନ ଦେଇଥିଲେ ଉତ୍ତର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ । ସେ କହିଥିଲେ, ଭାରତ ସରକାର ଯାହା ଆଦେଶ ଦେବେ ତାକୁ ପୂରା କରିବା ପାଇଁ ଭାରତୀୟ ସେନା ସକ୍ଷମ। ଯେବେ ବି ଆଦେଶ ମିଳିବ ଆମେ ପିଓକେକୁ ନିୟନ୍ତ୍ରଣରେ ନେବାକୁ ପ୍ରସ୍ତୁତ। ସଂପ୍ରତି ଭାରତ ବହୁ ମାତ୍ରାରେ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ  ହୋଇଛି। ଧାରା ୩୭୦ ଉଚ୍ଛେଦ ପରଠୁ ଜାମ୍ମୁ-କାଶ୍ମୀରରେ ବ୍ୟାପକ ପରିବର୍ତ୍ତନ ଘଟିଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର କହିଛନ୍ତି।

   Related Posts