ସିନ୍ଧୁ ନଦୀରେ କିଛି କ୍ଷଣରେ ପୋଲ ନିର୍ମାଣ କଲେ ଭାରତୀୟ ସେନାର ଇଞ୍ଜିନିୟର, ଦେଖନ୍ତୁ ଭିଡିଓ
11/09/2022 at 10:39 PM

ନୂଆଦିଲ୍ଲୀ: ଭାରତୀୟ ସେନାର ଦିନକୁ ଦିନ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବାରେ ଲାଗିଛି । ନିଜକୁ ଅଟୋମେଟିକ୍ ହତିଆରରେ ସଶସ୍ତ୍ର କରିବା ସହ ନିଜର କୌଶଳରେ ବିରୋଧୀଙ୍କୁ ଚକିତ କରାଉଛି । ଭାରତୀୟ ସେନାର କୋର ଅଫ୍ ଇଞ୍ଜିନିୟର୍ସ ଲଦାଖ ସେକ୍ଟରରେ ସିନ୍ଧୁ ନଦୀରେ ମାତ୍ର କିଛି ଘଣ୍ଟା ଭିତରେ ପୋଲ ନିର୍ମାଣ କରିଛନ୍ତି। ଏହି ବ୍ରିଜକୁ ଫ୍ଲୋଟିଂ ପୋଲ କୁହାଯାଉଛି।
ସେନା ପକ୍ଷରୁ ସିନ୍ଧୁ ନଦୀ ଉପରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୋଲର ଏକ ଭିଡିଓ ସେୟାର କରାଯାଇଛି । ଭିଡିଓରେ କିଛି ଗାଡି ନଦୀର କୂଳ ନିକଟରେ ଥିବା ଦେଖିବାକୁ ମିଳୁଛି । ଏଥିରୁ କିଛି ସାମାନ ନଦୀରେ ପକାଯାଉଛି । ଏହି ଅସ୍ଥାୟୀ ପୋଲ ଅଟୋମେଟିକ । ପାଣିରେ ଏହା ପଡିବା ପରେ ନିଜେ ନିଜେ ଖୋଲି ଯାଇଥାଏ । ଏହା ପରେ ଗୋଟିଏ ଗୋଟିଏ କରି ସବୁକୁ ଯୋଡା ଯାଇଥାଏ । ଏହାସହ କ୍ଷଣିକ ଭିତରେ ପୋଲ ପ୍ରସ୍ତୁତ ହୋଇଯାଏ ଏବଂ ସହଜରେ ଏହା ଉପରେ ସେନାର ବାହାନ ଯାତାୟତ କରିପାରେ ।
#WATCH | Indian Army’s corps of engineers build a bridge on the Indus river in the Ladakh sector
— ANI (@ANI) September 11, 2022
(Source: Indian Army) pic.twitter.com/eVbcDZyA4K