ସେନାର ସନ୍ଧାନୀ କୁକୁର ଆକ୍ସେଲକୁ ମରଣୋତ୍ତର ମିଳିବ ବୀରତା ପୁରସ୍କାର, ଆତଙ୍କୀଙ୍କ ସହ ଏନକାଉଣ୍ଟରେ ହୋଇଥିଲା ସହିଦ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ଭାରତୀୟ ସେନାର ସନ୍ଧାନୀ କୁକୁର ଆକ୍ସେଲକୁ ମରଣୋତ୍ତର ବୀରତା ପୁରସ୍କାରରେ ସମ୍ମାନିତ କରାଯିବ । ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଏହି ବୀରତା ପୁରସ୍କାର ଦିଆଯିବ । ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ ଗୁଳି ବାଜି ଆକ୍ସେଲର ମୃତ୍ୟୁ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୯ ରାଷ୍ଟ୍ରୀୟ ରାଇଫଲରେ ଆକ୍ସେଲ ନିୟୋଜିତ ଥିଲା।

wp:html /wp:html

ଜୁଲାଇ ୩୦ରେ ଜାମ୍ମୁ କାଶ୍ମୀରରେ ଏକ ଏନକାଉଣ୍ଟର ସମୟରେ ଗୁଳି ବାଜି ଭାରତୀୟ ସେନାର ଏକ ସନ୍ଧାନୀ କୁକୁରର ଆକ୍ସେଲର ମୃତ୍ୟୁ ହୋଇଥିଲା । ବାରାମୁଲାରେ ହୋଇଥିବା ଏନକାଉଣ୍ଟର ସମୟରେ ଆକ୍ସେଲ ୨୯ ଆରଆର ସହ ନିୟୋଜିତ ଥିଲା । ଆକ୍ସେଲ ଶରୀରରେ ପ୍ରାୟ ୧୦ରୁ ଅଧିକ ଆଘାତର ଚିହ୍ନ ଥିଲା ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଥିଲା।

ସେନାର ଜଣେ ଅଧିକାରୀ କହିଥିଲେ, ବିଲଡିଂ କ୍ଲିୟରାନ୍ସ ଅପରେସନରେ ଆକ୍ସେଲକୁ ନିୟୋଜିତ କରାଯାଇଥିଲା । ଆକ୍ସେଲ ପ୍ରଥମ ରୁମରେ ପ୍ରବେଶ କରିଥିଲା ଏବଂ ତାହାକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ଏହାପରେ ଦ୍ୱିତୀୟ ରୁମରେ ପ୍ରବେଶ କରିବା ସହ ଫାଏରିଂ ଆରମ୍ଭ ହୋଇଥିଲା । ଗୁଳି ବାଜିବା ପରେ ବି ୧୫ ସେକେଣ୍ଡ ଯାଏଁ ଆକ୍ସେଲ ଶରୀରରେ ହଲଚଲ ଦେଖାଦେଖିବାକୁ ମିଳିଥିଲା, ପରେ ସେ ତଳେ ପଡିଯାଇଥିଲା । ଏହିପରି ଆକ୍ସେଲ ନିଜ ଜୀବନ ବଳିଦାନ ଦେଇ ଅନେକ ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.