କରୋନା ଯୋଦ୍ଧାକୁ ଭାରତୀୟ ସେନାର ସଲାମ, ରବିବାର ଡାକ୍ତରଖାନା ଉପରେ ବିମାନରୁ ବର୍ଷିବ ଫୁଲ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୦୧।୦୫: କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଭାରତୀୟ ସେନା ଏକ ଭିଡିଓ ସେୟାର କରିଛି । ଭାରତ କରୋନା ଯୋଦ୍ଧାଙ୍କୁ ସଲାମ କରୁଛି । ସେମାନଙ୍କ ପାଇଁ ଦେଶ ଗର୍ବିତ । ଦେଶବାସୀଙ୍କ ତରଫରୁ ଯୋଦ୍ଧାଙ୍କୁ ସଲାମ ବୋଲି ସେନା ଏକ ଭିଡିଓରେ କହିଛି ।ଏହାସହ ମେ ୩, ରବିବାର ତିନି ସେନା ତରଫରୁ ଲଢୁଆ ବିମାନରେ ଫ୍ଲାଇ ପାଷ୍ଟ୍ କରାଯାଇ ସମ୍ମାନ ଦିଆଯିବ ବୋଲି କୁହାଯାଇଛି ।

wp:core-embed/twitter {"url":"https://twitter.com/adgpi/status/1256482477691949056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256482477691949056\u0026ref_url=https%3A%2F%2Fwww.punjabkesari.in%2Fnational%2Fnews%2Farmy-salutes-corona-warriors-by-sharing-video-1160996","type":"rich","providerNameSlug":"twitter","className":""}
https://twitter.com/adgpi/status/1256482477691949056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256482477691949056&ref_url=https%3A%2F%2Fwww.punjabkesari.in%2Fnational%2Fnews%2Farmy-salutes-corona-warriors-by-sharing-video-1160996
/wp:core-embed/twitter

କରୋନା ମହାମାରୀ ମଧ୍ୟରେ ଶୁକ୍ରବାର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତ ତିନି ସେନାର ମୁଖ୍ୟଙ୍କ ସହ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ୍, ହୋମଗାର୍ଡ, ଡେଲିଭରୀ ବୟ ଓ ଗଣମାଧ୍ୟମ କର୍ମୀଙ୍କୁ କରୋନା ଯୋଦ୍ଧା କହି ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ କରୋନା ଯୋଦ୍ଧାଙ୍କୁ ଖାସ୍ ସମ୍ମାନ କରିବ ତିନି ସେନା ବୋଲି ସେ ପ୍ରକାଶ କରିଥିଲେ । ଶନିବାର ସେନା ପକ୍ଷରୁ  ଟ୍ୱିଟରେ ଏକି ଭିଡିଓ ପୋଷ୍ଟ କରୁ ମେ ୩ରେ ଏହି ସମ୍ମାନ ଦିଆଯିବା ନେଇ କୁହାଯାଇଛି ।

wp:core-embed/twitter {"url":"https://twitter.com/adgpi/status/1256482477691949056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256482477691949056\u0026ref_url=https%3A%2F%2Fwww.punjabkesari.in%2Fnational%2Fnews%2Farmy-salutes-corona-warriors-by-sharing-video-1160996","type":"rich","providerNameSlug":"twitter","className":""}
https://twitter.com/adgpi/status/1256482477691949056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256482477691949056&ref_url=https%3A%2F%2Fwww.punjabkesari.in%2Fnational%2Fnews%2Farmy-salutes-corona-warriors-by-sharing-video-1160996
/wp:core-embed/twitter

ଜେନେରାଲ ରାଓ୍ଵତ କହିଥିଲେ ମେ ୩ ତାରିଖରେ ଦେଶର କିଛି ଖାସ୍ ଘଟଣାର ସାକ୍ଷୀ ରହିବ। ବାୟୁସେନା ଶ୍ରୀନଗରରୁ ନେଇ ତ୍ରିବେନ୍ଦ୍ରମ ଓ ଆସାମର ଦିବ୍ରୁଗଢଠୁ ନେଇ ଗୁଜୁରାଟର କଚ୍ଛ ପର୍ଯ୍ୟନ୍ତ ଫ୍ଲାଇପାଷ୍ଟ କରିବେ। ଏଥିରେ ପରିବହନ ଓ ଲଢୁଆ ଏୟାରକ୍ରାଫ୍ଟ ସାମିଲ ହେବେ।ବଳ ପକ୍ଷରୁ ଆମେ ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ୍, ହୋମଗାର୍ଡ, ଡେଲିଭରି ବୟ ଓ ଗଣମାଧ୍ୟମ ଯେଉଁ ଭଳି କଠିନ ସମୟରେ ଆଗକୁ ଆସି ସରକାରଙ୍କ ସନ୍ଦେଶ ସହିତ ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି ତାହା ପ୍ରଶଂସାଯୋଗ୍ୟ ।

ସେ ଆହୁରି କହିଛନ୍ତି ଯେ, ନୌସେନା ନିଜ ପକ୍ଷରୁ ଯୁଦ୍ଧପୋତକୁ ମେ ୩ ସନ୍ଧ୍ୟାରେ ଉପକୂଳରେ ମୁତୟନ କରିବ। ନୌସେନାର ଯୁଦ୍ଧଜାହାଜର ଆଲୋକ ବିଚ୍ଛୁରିତ କରାଯିବ ଏବଂ ହେଲିକପ୍ଟର ଜରିଆରେ ହସ୍ପିଟାଲ ଉପରେ ଫୁଲ ବର୍ଷା କରାଯିବ। ଏହି ସମୟରେ ଭାରତୀୟ  ବାୟୁସେନା ଫ୍ଲାଇପାଷ୍ଟ ଜରିଆରେ କିଛି ଜାଗାରେ ଫୁଲ ବର୍ଷା କରିବେ।ଏହା ବ୍ୟତୀତ ଆର୍ମି ନିଜ ପକ୍ଷରୁ ଦେଶର ପ୍ରାୟତଃ ପ୍ରତି ଜିଲ୍ଲାରେ କରୋନା ଭାଇରସ୍‌ ହସ୍ପିଟାଲରେ ମାଉଣ୍ଟେନ୍ ବ୍ୟାଣ୍ଡ ଡିସପ୍ଲେ ଆୟୋଜନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.