ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଭାରତୀୟ ସେନା ମାତ୍ର ୪୮ ଘଣ୍ଟାରେ ଶତ୍ରୁଙ୍କୁ ଶେଷ କରି ସେମାନଙ୍କ ମାଟିରେ ଉଡ଼ାଇବେ ତ୍ରିରଙ୍ଗା, ପୋଖରାନରେ ଯବାନଙ୍କୁ ଦିଆଗଲା ତାଲିମ୍…

22/10/2019 at 4:03 PM

ନୂଆଦିଲ୍ଲୀ୨୨|୧୦: ଭାରତୀୟ ସେନା ବାହିନୀରେ ଲଗାତାର ଭାବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ପାଇଁ ଯବାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ସୀମାରେ ଆଧୁନିକ୍ ପ୍ରଣାଳୀରେ ଶତ୍ରୁଙ୍କ ସହ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସେନାରେ ବିଭିନ୍ନ ପ୍ରକାର ଆଧୁନିକ ଯୁଦ୍ଧ ଅସ୍ତ୍ର ବ୍ୟବହାର କରାଯାଇଛି। ଏବେ ଭାରତୀୟ ଯବାନଙ୍କୁ ମାସ ମାସଧରି ଶତ୍ରୁଙ୍କ ସହ ଲଢ଼େଇ କରିବା ପାଇଁ ପଡିବ ନାହିଁ। ମାତ୍ର ୪୮ ଘଣ୍ଟା ମଧ୍ୟରେ ଶତ୍ରୁଙ୍କୁ ସଫା କରିଦେବା ଭଳି ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ର ବ୍ୟବହାର ହେବ।

ରବିବାର ପୋଖରନ ପଡିଆରେ ଦ୍ବିତୀୟ ଦିନର ଫାୟାରିଂ ରେଞ୍ଜରେ ଯୁଦ୍ଧ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥଳ ସେନା ଓ ବାୟୁ ସେନାର ଯବାନମାନେ ଅଂଶ ଗ୍ରହଣ କରିଥିଲେ। ଏହି ଯୁଦ୍ଧ ପ୍ରଶିକ୍ଷଣରେ ୪୦ ହଜାରରୁ ଅଧିକ ଯବାନ ସାମିଲ ହୋଇଥିଲେ। ଯୁଦ୍ଧ ସମୟରେ କିପରି ଧର୍ଯ୍ୟର ସହ ଶତ୍ରୁଙ୍କୁ ମୁକାବିଲା କରିବେ ଏବଂ କେଉଁ ସମୟରେ ଶତ୍ରୁଙ୍କୁ ଆକ୍ରମଣ କରିବା ପାଇଁ ହେବ ଏ ସଂପର୍କରେ ଯବାନଙ୍କୁ ପ୍ରଶକ୍ଷିଣ ଦିଆଯାଇଥିଲା। ପ୍ରଶିକ୍ଷଣ ସମୟରେ ହାଇଟେକ୍‌ ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା।

ପୋଖରାନ ପଡ଼ିଆ

୪୦ ହଜାରରୁ ଅଧିକ ବୀର ଯବାନ ଭାଗ ନେଇଥିବା ଏହି ଯୁଦ୍ଧ ପ୍ରଶିକ୍ଷଣର ନାଁ ଥିଲା ‘ସିନ୍ଧୁ ସୁଦର୍ଶନ’। ଏଥିରେ ସ୍ଥଳସେନାର ୨୧ ଷ୍ଟ୍ରାଇକ୍‌ କୋର ( ସୁଦର୍ଶନ ଶକ୍ତି) ପ୍ଭାଗ ନେଇଥିଲା। ଏହି ପ୍ରଶିକ୍ଷଣ ପୋଖରାନ ପଡ଼ିଆର ଫାୟାରିଂ ରେଞ୍ଜର ୧୦୦ କିଲୋମିଟର ରେଡିୟସ୍‌ରେ କରାଯାଇଥିଲା। ଏଥିରେ ସ୍ବଦେଶୀ ବନ୍ଧୁକ, ବୋଫୋର୍ସ ତୋପ୍‌, ମଲ୍ଟି ବ୍ୟାରଲ୍‌ ରାକେଟ୍‌ ଲଞ୍ଚର ଓ ଟି୯୦ ଟ୍ୟାଙ୍କ(T90 Tank) ବ୍ୟବହାର ହୋଇଥିଲା।

ଏହି ଯୁଦ୍ଧ ପ୍ରଶିକ୍ଷଣ ସମୟରେ ଋଷୀୟ ବିଦେଶୀ ରକେଟ୍‌ ଲଞ୍ଚର ସିଷ୍ଟମର ମଧ୍ୟ ପ୍ରୟୋଗ ହୋଇଥିଲା। ଯେଉଁଥିରେ ୭୨ କ୍ଲଷ୍ଟର ବମ୍‌ ତଳକୁ ଖସାଇ ଦେଇଥିଲା। ଏଥିସହ ଯୁଦ୍ଧ ପ୍ରଶକ୍ଷିଣ ସମୟରେ ଲଢ଼ୁଆ ବିମାନ ଜାଗୁଆର ଓ ମିଗ୍‌-୨୧ ବିମାନର ମଧ୍ୟ ବ୍ୟବହାର ହୋଇଥିଲା। ​‌ହେଲିକ୍ୟାପ୍ଟର ରୁଦ୍ର ଓ ମାନବ ରହିତ ବିମାନ ହ୍ୟାରୋନର ବ୍ୟବହାର ଠିକ୍ ଭାବରେ ଯବାନଙ୍କୁ ପ୍ରଶକ୍ଷିଣ ଦିଆଯାଇଥିଲା। ଏବେ ଶତ୍ରୁଙ୍କୁ ବିନାଶ କରିବା ୪୮ ଘଣ୍ଟା ଯଥେଷ୍ଟ ବୋଲି ବିଶେଷଜ୍ଞମାନେ କହିଥିଲେ।

   Related Posts