ଏଣିକି ପାକ୍ ସୀମା ଜଗିବେ ସେନାର ‘ଇଣ୍ଟିଗ୍ରେଟେଡ୍ ବେଟେଲ ଗ୍ରୁପ’

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ ୧୯।୬: ଭାରତ-ପାକ୍ ସୀମାରେ ବାରମ୍ବାର ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ଖାସ ଯୋଜନା କାର୍ଯ୍ୟକାରୀ କରିବା ଯାଉଛି।  ଯୁଦ୍ଧଭଳି ପରିସ୍ଥିତିରେ ସୀମାରେ କିପରି ଶତ୍ରୁକୁ ଉପଯୁକ୍ତ ଜବାବ ଦେଇ ହେବ ସେଥିପାଇଁ ସେନା ଆଗାମୀ ଅକ୍ଟୋବର ସୁଦ୍ଧା ଘାତକ ରଣନୀତି ପ୍ରସ୍ତୁତ କରୁଛି।ଏଥିରେ  ସ୍ବତନ୍ତ୍ର ଯୁଦ୍ଧକୌଶଳ ଫର୍ମେଶନ କରି ଶତ୍ରୁର ମୁକାବିଲା ନିମନ୍ତେ ଦକ୍ଷ ‘ଇଣ୍ଟିଗ୍ରେଟେଡ୍ ବେଟେଲ ଗ୍ରୁପ’କୁ ସେନା  ସୀମାରେ ମୁତୟନ କରିବାକୁ ଚିନ୍ତା କରୁଛି।

{"id":124863}

ସ୍ବତନ୍ତ୍ର ଯୁଦ୍ଧ କୌଶଳ ପ୍ରଶିକ୍ଷିତ ଏହି ବେଟେଲ ଗ୍ରୁପକୁ ପ୍ରଥମେ ପାକ୍ ସୀମାରେ ନିଯୋଜିତ କରାଯିବ। ଫଳାଫଳ ଅନୁଧ୍ୟାନ ପରେ ଏହି ଗ୍ରୁପ ଚୀନ ସୀମାରେ ମଧ୍ୟ ମୁତୟନ ହେବେ ବୋଲି  କୁହାଯାଇଛି। ପୂର୍ବ କମାଣ୍ଡ ଅନ୍ତର୍ଗତ ଏହି ଗ୍ରୁପର ଯୁଦ୍ଧାଭ୍ୟାସକୁ ନେଇ ବେଟେଲ ଫର୍ମେଶନ ଟିମ ଓ ଟପ କମାଣ୍ଡରମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଣୁ ଅକ୍ଟୋବର ମାସ ସୁଦ୍ଧା ୨ରୁ ୩ଟି  ଇଣ୍ଟିଗ୍ରେଟେଡ ବେଟେଲ ଗ୍ରୁପକୁ ପ୍ରସ୍ତୁତ କରିବା ପାଇଁ ଏବେ ଉଦ୍ୟମ ଚଳାଯାଇଛି।

{"id":124862,"width":581,"height":349}

ଗତ ସପ୍ତାହରେ ଆର୍ମି ମୁଖ୍ୟାଳୟରେ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍ମିର  ୭ ଶିର୍ଷ କମାଣ୍ଡର  ଯୋଗଦେଇଥିବା ବେଳେ  ଇଣ୍ଟିଗ୍ରେଟେଡ ବେଟେଲ ଗ୍ରୁପ ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ବେଟେଲ ଗ୍ରୁପର ଯୁଦ୍ଧାଭ୍ୟାସ ଓ ମୁକାବିଲା କୌଶଳର ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ନିଜନିଜ ୟୁନିଟରେ ଏଭଳି ଗ୍ରୁପ ପ୍ରଶିକ୍ଷିତ କରିବା ଲାଗି କମାଣ୍ଡର-ଇନ୍-ଚିଫ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଟିଗ୍ରେଟେଡ ବେଟେଲ ଗ୍ରୁପସ ଜେନେରାଲ ବିପିନ ରାବତଙ୍କ ଏକ ଖାସ ରଣନୀତି, ଯେଉଁଥିରେ ଶତ୍ରୁର ମୁକାବିଲା ପାଇଁ ସେନା ଅଧିକ ଦକ୍ଷ ଓ ଭୟଙ୍କର ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.