suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାରଗିଲ ଯୁଦ୍ଧରେ ନିଜ ପ୍ରାଣ ବଳି ଦେଇଥିବା ସହିଦ ଜବାନଙ୍କୁ ସଲାମୀ ଦେବାକୁ ୨ ହଜାର କି:ମି: ଯାତ୍ରା କରିବେ ୨୨ ଜବାନ

8/07/2019 at 5:55 PM

କାରଗିଲ ଯୁଦ୍ଧକୁ ୨୦ ବର୍ଷ ବିତିଗଲାଣି । ଏହି ଅବସରରେ ୨ ହଜାର କିମି ଯାତ୍ରା କରି ୨୨ ଜଣ ଜବାନ ଦେଶର ଶେରଶାହ ସହିଦ କ୍ୟାପଟେନ ବିକ୍ରମ ବାତ୍ରାଙ୍କୁ ସଲାମୀ ଦେବାକୁ ଯିବେ । ୨୪ ବର୍ଷ ବୟସ୍କ ସହିଦ ବିକ୍ରମ ବାତ୍ରା କହିଥିଲେ, “ଯଦି ମୁଁ ଯୁଦ୍ଧରେ ସହିଦ ହୋଇଯାଏ ତାହେଲେ ତ୍ରିରଙ୍ଗା ପତାକାରେ ଗୁଡେଇ ହୋଇ ଆସିବି । ଯଦି ଯୁଦ୍ଧରେ ଜିତିକି ଫେରେ ତାହେଲେ ତ୍ରିରଙ୍ଗା ପତାକା ଘୋଡେଇ ହୋଇ ଆସିବି, କିନ୍ତୁ ଆସିବି ନିଶ୍ଚୟ । ଦେଶ ସେବା କରିବା ଭଳି ଏହିଭଳି ମଉକା ସମସ୍ତଙ୍କୁ ମିଳିନଥାଏ ।“

ଚଣ୍ଡୀଗଡ ଡିଏଭି କଲେଜ ଛାତ୍ର କ୍ୟାପଟେନ ବିକ୍ରମ ବାତ୍ରା କାରଗିଲ ଯୁଦ୍ଧରେ ଜୁଲାଇ ୭ ତାରିଖରେ ସହିଦ ହୋଇଯାଇଥିଲେ । ତାଙ୍କୁ ସଲାମୀ ଦେବା ପାଇଁ ଜୁଲାଇ ୧୧ ତାରିଖରେ ସେନା, ଏନସିସି ଏବଂ ଡିଏଭି କଲେଜ ମିଶି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କ ବାଟାଲିୟନର ୨୨ ଜଣ ଜବାନ, ୨ ହଜାର କିମି ଯାତ୍ରା କରି ଚଣ୍ଡୀଗଡରେ ପହଞ୍ଚିବେ ।

ଏ ସମସ୍ତ ଜବାନ ୧୩ ଜୈକ ରାଇଫଲ୍ସର । କ୍ୟାପଟେନ ବିକ୍ରମ ବାତ୍ରା ମଧ୍ୟ ଏହି ବାଟାଲିୟନରେ ଥିଲେ । ତାଙ୍କୁ ସମ୍ମାନିତ କରିବା ପାଇଁ ଜବାନମାନେ ଜୁନ ୨୩ ତାରିଖରେ ଉତ୍ତରାଖଣ୍ଡ ମାନାପାସ ରୁ ବାଇକରେ ଯାତ୍ରା ଆରମ୍ଭ କରିଛନ୍ତି । ଦ୍ରାସ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଜୁଲାଇ ୧୦ ତାରିଖରେ ଚଣ୍ଡୀଗଡରେ ପହଞ୍ଚିବେ । ୧୧ ତାରିଖ ସକାଳ ୧୦ଟା ରେ ସେକ୍ଟର-୧୦ ସ୍ଥିତ ଡିଏଭି କଲେଜରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ୟାପଟେନ ବାତ୍ରାଙ୍କ ମାତା ପିତା ଓ ଭାଇଙ୍କୁ ସମ୍ମାନିତ କରାଯିବ ।

ଡିଏଭି କଲେଜ ଅଡିଟୋରିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିକ୍ରମ ବାତ୍ରାଙ୍କ ପରିବାରଲାକଙ୍କ ଛଡା କଲେଜ ଛାତ୍ରଛାତ୍ରୀ ତଥା ଅନ୍ୟ ସହିଦ ଜବାନଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରୀତ କରାଯାଇଛି । ଏହି ଅବସରରେ ସହିଦଙ୍କ ସ୍ମୃତିରେ ଏକ ଫଟୋ ପ୍ରଦର୍ଶନି ମଧ୍ୟ ରଖାଯାଇଛି । ଏହାସହ କାରଗିଲ ଯୁଦ୍ଧ ଉପରେ ନିର୍ମିତ ଫିଲ୍ମ ମଧ୍ୟ ଲଗାଯିବ । ଏହି ସମାରୋହରେ ଆର୍ମି ୱିଙ୍ଗ ସିଇଓ କର୍ଣ୍ଣଲ ରୋହିତ ଠାକୁର, ଏୟାର ୱିଙ୍ଗ ଗ୍ରୁପ୍ କ୍ୟାପଟେନ ଏମ.ଆର.ପାଣ୍ଡ୍ୟା, ଗର୍ଲ୍ସ ବାଟାଲିୟନ କର୍ଣ୍ଣଲ ସେଖୋ ଓ ନେଭି ସିଇଓ ବି.ଏନ.ବିଷ୍ଟ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ ଯେ, ଡିଏଭି କଲେଜର ସର୍ବୋତ୍ତମ କ୍ୟାଡେଟକୁ ପ୍ରତିବର୍ଷ ୧୩ ଜୈକ ରାଇଫଲ ନିଜ ବାଟାଲିୟନରେ ସାମିଲ କରିଥାଏ । ଏହାକୁ ନେଇ ୧୧ ତାରିଖରେ ଘୋଷଣା କରାଯାଇପାରେ । ଏହା କଲେଜ ପାଇଁ ଏକ ଗର୍ବର ବିଷୟ । କ୍ୟାପଟେନ ବିକ୍ରମ ବାତ୍ରା ମଧ୍ୟ ୧୩ ଜୈକ ରାଇଫଲରେ ଥିଲେ । ଦେଶର ରକ୍ଷା ପାଇଁ ସେ ନିଜ ପ୍ରାଣର ବଳିଦାନ ଦେଇଥିଲେ । ବାହାଦୁରୀ ପାଇଁ ତାଙ୍କୁ ଭାରତୀୟ ସେନା ‘ଶେରଶାହ’ ଏବଂ ପାକିସ୍ତାନ ସେନା ‘ଶେରଖାନ’ ନାଁ ଦେଇଥିଲା ।

   Related Posts