କୋଙ୍ଗୋ: ୟୁଏନ କାର୍ଯ୍ୟାଳୟ ଏବଂ ହସ୍ପିଟାଲରେ ଆକ୍ରମଣ, ଲୁଟ୍ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା, କର୍ମଚାରୀଙ୍କୁ ଦେଲା ସୁରକ୍ଷା

Published By : Prameya-News7 Bureau | July 25, 2022 IST

ନୂଆଦିଲ୍ଲୀ: ଭାରତୀୟ ସେନା ସୋମବାର କହିଛି, କୋଙ୍ଗୋରେ ଏହାର ୟୁଏନ ଶାନ୍ତି ସୈନିକ ଏକ ବଡ଼ ଷଡଯନ୍ତ୍ରଣକୁ ପଣ୍ଡ କରିଛନ୍ତି । ୟୁଏନର ପରିଚାଳନା ଠିକଣା ଏବଂ ହସ୍ପିଟାଲରେ ଲୁଟର ଉଦ୍ୟମକୁ ବିଫଳ କରିଛନ୍ତି । ସେନାର ଅଧିକାରୀ କହିଛନ୍ତି, ଶାନ୍ତି ସୈନିକମାନେ ୟୁଏନର ନିର୍ଦ୍ଦେଶ ଏବଂ ନିୟମ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସେନାର ଅଧିକାରୀ କହିଛନ୍ତି, ଭାରତୀୟ ସୈନିକମାନେ ନିଜ ନିୟୋଜିତ ସ୍ଥାନରେ ୟୁଏନର କର୍ମଚାରୀ ଏବଂ ସେହି ସ୍ଥାନର ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିଛନ୍ତି । ଅଧିକାରୀ କହିଛନ୍ତି, ଏପରି ବି ଖବର ରହିଛି ଯେ, ୟୁଏନର ଅନ୍ୟ କିଛି କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରାଯାଇଛି।

ରିପୋର୍ଟ ଅନୁସାରେ, କୋଙ୍ଗୋର ଗୋମାରେ ସୋମବାର ଶହ ଶହ ପ୍ରଦର୍ଶନକାରୀ ୟୁଏନ ଶାନ୍ତି ସେନାର ଗୋଦାମ ଉପରେ ଆକ୍ରମଣ କରିଥିଲେ ଏବଂ କାର୍ଯ୍ୟାଳୟର ସମ୍ପତ୍ତି ଲୁଟିବା ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.