ପାକିସ୍ତାନକୁ ଭାରତର କଡା ଜବାବ: ମିସାଇଲ ଆକ୍ରମଣରେ ପାକ୍ ସୈନ୍ୟ ପୋଷ୍ଟ ଧ୍ୱଂସ, ଦେଖନ୍ତୁ ଭିଡିଓ
5/03/2020 at 7:32 PM

ଶ୍ରୀନଗର ୦୫|୦୩: କାଶ୍ମୀରର ଘାଟିରେ ଲଗାତାର ପାକିସ୍ତାନ ଦ୍ୱାରା କରାଯାଉଥିବା ଅସ୍ତ୍ରବିରତ୍ତି ଉଲଙ୍ଘନକୁ ଭାରତୀୟ ସେନା କଡା ଜବାବ ଦେଇଛି। ସେନା କପୁଓ୍ୱାଡା ସେକ୍ଟରରେ ସୀମାରେ ଥିବା ପାକିସ୍ତାନୀ ପୋଷ୍ଟକୁ ଆକ୍ରମଣ କରି ଧ୍ୱଂସ କରିଦେଇଛି। ସେନା ପାକିସ୍ତାନ ପୋଷ୍ଟ ଉପରେ ମିସାଇଲ ଆକ୍ରମଣ କରିଛି।

ସେନା ପାକିସ୍ତାନୀ ପୋଷ୍ଟ ଉପରେ ଆମ୍ଟି ଟାଙ୍କ୍ ଗାଇଡେଡ୍ ସିଷ୍ଟମ ଓ ତୋପ ସାହାଯ୍ୟରେ ଆକ୍ରମଣ କରିଛି। ସେନା ଏହି ଆକ୍ରମଣର ଭିଡିଓ ଜାରି କରିଛି। ପାକିସ୍ତାନର ଅସ୍ତ୍ରବିରତ୍ତି ଉଲଙ୍ଘନ ଓ ଅନୁପ୍ରବେଶର ଜବାବ ଦେବାକୁ ଯାଇ ଭାରତୀୟ ସେନା ଅପରି କରିଥିବା ସୂଚନା ମିଳିଛି।
ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର କଣ କ୍ଷତି ହୋଇଛି ତାହାର ତଥ୍ୟ ଏବେସୁଦ୍ଧା ମିଳିପାରି ନାହିଁ।
Related Posts
ତୁର୍କୀରେ ଜଣେ ଭାରତୀୟ ନିଖୋଜ, ଫସିଛନ୍ତି ୧୦: ବିଦେଶ ମନ୍ତ୍ରାଳୟ
8 February 2023