ଚୀନ ଏବଂ ପାକିସ୍ତାନ ସୀମାରେ ଭାରତର ରଖିବ ତୀକ୍ଷ୍ନ ନଜର: ନିୟୋଜିତ ହେବେ ୧୦୦୦ କ୍ୱାଡକପ୍ଟର...

Published By : Prameya-News7 Bureau | October 21, 2022 IST

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ଲଗାତାର ହେଉଥିବା ଡ୍ରୋନ୍ ଅନୁପ୍ରବେଶକୁ ଧ୍ୟାନ ରଖି ବଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ସେନା ଖୁବଶୀଘ୍ର ୧୦୦୦ କ୍ୱାଡକପ୍ଟର କିଣିବାକୁ ଯାଉଛି। ଏହାକୁ ସୀମା ଉପରେ ନଜର ରଖିବାରେ ନିୟାଜିତ କରାଯିବ। ଏହି କ୍ବାର୍ଡକପ୍ଟରକୁ ଚୀନ୍ ଏବଂ ପାକିସ୍ତାନ ସୀମାରେ ନିୟାଜିତ କରାଯିବ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ସୁରକ୍ଷା ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଡ୍ରୋନ ଅନୁପ୍ରବେଶ ଉପରେ ଚର୍ଚ୍ଚା କରାଯାଇଥିଲା। ଜଣେ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆରଏଫପି ରେ ୧୦୦୦ କ୍ୱାଡକପ୍ଟର ସହ ଆବଶ୍ୟକୀୟ ସରଞ୍ଜାମ ମଗାଯାଇଛି। ଏଥିରେ କ୍ୟାମେରା, ଥର୍ମାଲ୍ ସେନ୍ସର ରହିଛି।

ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯିବାକୁ ଥିବା ଏହି କପ୍ଯର୍ସରେ ଅନେକ ବିଶେଷତ୍ବ ରହିଛି। ଏହାର ଓଜନ ୧୦ କିଲୋଗ୍ରାମରୁ କମ୍ ରଖାଯିବ। ସେହିଭଳି ଏହା ୫ କିଲୋମିଟରରୁ ଅଧିକ ରେଞ୍ଜ ରହିବ। ଏଥିରେ ନାଇଟ ଭିଜନ କ୍ୟାମେରା ମଧ୍ୟ ରହିବ। ତେବେ ଡ୍ରାଫ୍ଟକୁ ମଞ୍ଜୁରୀ ମିଳିବା ପରେ ୧୨ ମାସ ମଧ୍ୟରେ ଏହାକୁ କିଣାଯିବ।

ଅଧିକାରୀ କହିଛନ୍ତି ଯେ ଚୀନ ଏବଂ ପାକିସ୍ତାନ ବର୍ଡରରେ ଲଗାତାର ଡ୍ରାନଙ୍କ ଗତିବିଧି ନଜରକୁ ଆସିଛି। ଏହାଦ୍ବାରା ଏଲଏସି ଏବଂ ଏଲଓସି ଉପରେ ଅସ୍ଥିରତା ଲାଗିରହିଛି। ଏପରି ସ୍ଥିତିରେ କପ୍ଟର୍ସ ଦିନ ଏବଂ ରାତି ନଜର ରଖିବାରେ ସକ୍ଷମ ହେବେ। ସବୁ ଅଞ୍ଚଳ ଉପରେ ନଜର ରଖିହେବ। ଅଧିକାରୀ ଆହୁରି କହିଛନ୍ତି ଯେ କପ୍ଟରରେ ଶକ୍ତିଶାଳୀ କ୍ୟାମେରା ଲଗାଯିବ, ଯାହଦ୍ବାରା ଟାର୍ଗେଟର ସଠିକ୍ ସନ୍ଧାନ ମିଳିପାରିବ।  ଏହାଦ୍ବାରା ଶତ୍ରୁର ଗତିବିଧିର ସୂଚନା ମଧ୍ୟ ସହଜରେ ମିଳିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.