vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଦାଖରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି : ଚୀନ୍ ସେନାକୁ ଉଚିତ୍ ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି ଭାରତୀୟ ସେନା

1/09/2020 at 3:16 PM

ନୂଆଦିଲ୍ଲୀ ୧।୯: ପୂର୍ବ ଲଦାଖରେ ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି । ଚୀନ୍ ର ପିପୁଲ୍ସ ଲିବରେସନ୍ ଆର୍ମି (PLA) କୁ ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି ଭାରତୀୟ ସେନା । ଯାହା ଫଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ୨୯ ଏବଂ ୩୦ ଅଗଷ୍ଟ ରାତିରେ ପୋଙ୍ଗୟାଙ୍ଗ ସ୍ତୋ ହ୍ରଦ ଅଞ୍ଚଳରେ ଚୀନ୍ ର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପରେ ଭାରତରେ ମଧ୍ୟ ଚୀନ୍ ମୁକାବିଲାରେ ସୈନିକ ଏବଂ ବନ୍ଧୁକ ବିପୁଳ ପରିମାଣରେ ମହଜୁଦ ରଖାଯାଇଛି ।

ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ, ଭାରତୀୟ ସେନାକୁ ମହଜୁଦ କରିବା ଅଥବା ଏହା କହିବା ଯେ ସେନାର ମନୋବଳ ଭାଙ୍ଗିବା ପାଇଁ ଚୀନ୍ ସେନା ପୁରାପୁରି ଭାବେ ଆକ୍ରାମକ ମୋଡ୍ ରେ ରହିଛି । ଚୀନ୍ ସେନା ମଧ୍ୟ ବିପୁଳ ଅସ୍ତ୍ରଶସ୍ତ୍ର ଦେଖାଉଛି । ଯାହା ଫଳରେ ସୁଚୁଲ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତୀୟ ସେନା ମଧ୍ୟ ଅନୁରୂପ ଅସ୍ତ୍ରଶସ୍ତ୍ର ରଖିଛି ।

ଦେଖିବାକୁ ଗଲେ ଉଭୟ ସେନା ଅସ୍ତ୍ରଶସ୍ତ୍ର ସହିତ ଶକ୍ତି ପ୍ରଦର୍ଶନ ମଧ୍ୟ କରୁଛି । ଲଦାଖରେ ୧୫୯୭ କିଲୋମିଟର ପର୍ଯ୍ୟନ୍ତ ଏଲଏସିରେ ଚୀନ୍ ସେନାର ଆକ୍ରମଣର ଉଚିତ୍ ଜବାବ ଦେବା ଏବଂ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ଅସ୍ତ୍ରଶସ୍ତ୍ର ସହ ଉପସ୍ଥିତ ରହିଛି ।

   Related Posts