LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନରଓ୍ବାଣେଙ୍କ ସାକ୍ଷାତ ପରେ ଓଲିଙ୍କ ୟୁଟର୍ଣ୍ଣ, ଭାରତ ଓ ନେପାଳର ସମ୍ପର୍କକୁ ନେଇ କହିଲେ ଏପରି କଥା

6/11/2020 at 6:39 PM

କାଠମାଣ୍ଡୁ ୬/୧୧: ବଦଳିଲା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମନ୍ତବ୍ୟ। ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବାଣେଙ୍କ ସହ ସାକ୍ଷାତ ସମୟରେ ଭାରତ ସହ ନେପାଳର ପୁରୁଣା ତଥା ସ୍ବତନ୍ତ୍ର ସଂପର୍କ ଥିବା କହିଛନ୍ତି ଓଲି। ଶୁକ୍ରବାର ନରଓ୍ବାଣେ ଓ ଓଲିଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଚୀନ ପ୍ରରୋଚନାରେ ଭାରତକୁ ଟାର୍ଗେଟ କରୁଥିବା ଓଲି କିନ୍ତୁ ନିଜର ମନ୍ତବ୍ୟ ପରିବର୍ତ୍ତନ କରିଛନ୍ତି। ନରଓ୍ବାଣେଙ୍କୁ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ଥିବା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ମଧ୍ୟ ଓଲି କହିଛନ୍ତି।

କେପି ଶର୍ମା ଓଲିଙ୍କ ବୈଦେଶିକ ପରାମର୍ଶଦାତା ରଞ୍ଜନ ଭଟାରାଇ ଟ୍ବିଟ୍‌ କରି ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶର ସେନା ମୁଖ୍ୟଙ୍କୁ ମାନଦ ମହାରଥୀ ସମ୍ମାନ ଦେବାର ପରମ୍ପରା ରହିଛି। ଦୁଇ ଦେଶକୁ ନେଇ ଉପୁଜିଥିବା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।’

ତିନି ଦିନିଆ ନେପାଳ ଗସ୍ତରେ ଯାଇଥିବା ନରଓ୍ବାଣେଙ୍କୁ ଗୁରୁବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ପକ୍ଷରୁ ସେନାର ମାନଦ ଉପାଧି ଦିଆଯାଇଛି। ରାଷ୍ଟ୍ରପତି ଭବନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।  ଏହାସହ ଜେନେରାଲ୍‌ ନରଓ୍ବାଣେଙ୍କୁ ଖଡ୍ଗ ଉପହାର ମଧ୍ୟ ଦିଆଯାଇଛି।

କିଛି ଦିନ ହେଲା ଦୁଇ ଦେଶ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ନରଓ୍ବାଣେ ଓଲିଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଭବନରେ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସମୟରେ ଓଲି ୟୁଟର୍ଣ୍ଣ ମାରିଥିବା ଦେଖିବାକୁ ମିଳିଛି। ମେ ମାସରେ ନେପାଳ ନିଜର ରାଜନୈତିକ ନକ୍ସା ପାସ୍‌ କରିଥିଲା। ଯେଉଁଥିରେ ଉତ୍ତରାଖଣ୍ଡରେ ଅନେକ ଅଞ୍ଚଳ ସାମିଲ ଥିଲା। ସେପଟେ ମେ ୮ରେ ଉତ୍ତରାଖଣ୍ଡର ଲିପୁଲେଖ ପାସ୍‌କୁ ଧାରଚୁଲା ସହ ଯୋଡ଼ୁଥିବା ଗୁରୁତ୍ବପୂର୍ଣ୍ଣ ରାସ୍ତାର ଉଦଘାଟନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯାହାକୁ ବିରୋଧ କରିଥିଲା ନେପାଳ ।

ନେପାଳର ନୂଆ ନକ୍ସାକୁ ଭାରତ ବିରୋଧ କରିଥିବା ବେଳେ ଏଭଳି ଏକପାଖିଆ ନିଷ୍ପତ୍ତି ଚଳିବନି ବୋଲି ଭାରତ କହିଥିଲା। ପରେ ପରେ ଭାରତ ବିରୋଧରେ ଖୁଲମଖୋଲା ବୟାନବାଜି କରିଥିଲେ ଓଲି। ନିଜର ସିଟ୍‌ ଯିବା ନେଇ ଦେଶରେ ବିରୋଧ ବଢ଼ିବାରୁ ଏନେଇ ଦିଲ୍ଲୀରେ ଯୋଜନା ହେଉଥିବା ବି କହିଥିଲେ ଓଲି। ଏପରିକି ଭଗବାନ ରାମଙ୍କୁ ନେପାଳି କହିବା ସହ ଭାରତରେ ନକଲି ଅଯୋଧ୍ୟା ଥିବା ବେଳେ ନେପାଳରେ ରାମଙ୍କ ଜନ୍ମ ହୋଇଥିଲା ବୋଲି ମଧ୍ୟ କହିବାକୁ ପଛାଇନଥିଲେ କେପି ଶର୍ମା ଓଲି।

   Related Posts