ପିଓକେରେ ଆତଙ୍କୀ ଶିବିର ଉପରେ ଭାରତୀୟ ସେନାର ହମ୍‌ଲା : ୪ ଲଞ୍ଚପ୍ୟାଡ୍ ବିଧ୍ବସ୍ତ, ୪-୫ ପାକ୍ ସେନା ମୃତ

Published By : Prameya-News7 Bureau | October 20, 2019 IST

ଶ୍ରୀନଗର ୨୦।୧୦: ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନାର ଅପରେସନ । ପାକ୍ ସେନାର ଅସ୍ତ୍ର ବିରତି ଉଲ୍ଲଘଂନକୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ପିଓକେରେ ଥିବା ଆତଙ୍କୀ ଆଡ୍ଡାରେ ସେନାର ଜୋରଦାର ଅପରେସନ ଚାଲିଛି । ଉଭୟ ପାକସେନା ଓ ଆତଙ୍କବାଦୀଙ୍କୁ  ମୁହଁତୋଡ଼ ଜବାବ ଦେଇଛନ୍ତି ଯବାନ । ପିଓକେର ତଙ୍ଗାଧରର ସେକ୍ଟରରେ ଥିବା ଆତଙ୍କୀ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି ଯବାନ । ମେସିନ ଗନ୍  ଓ ଅନ୍ୟାନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଛନ୍ତି ଭାରତୀୟ ଯବାନ । ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କୀ ଆଡ୍ଡା ଉପରେ ସେନା ପକ୍ଷରୁ ଅପରେସନ ଜାରି ରହିଛି । ଅପରେସନରେ ୪-୫ ପାକ୍ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପିଓକେର ନୀଲମ ଭ୍ୟାଲିରେ ୪ ଲଞ୍ଚ ପ୍ୟାଡ୍ ବିଧ୍ବସ୍ତ କରିଛନ୍ତି ଭାରତୀୟ ସେନା ।

ରବିବାର ସକାଳେ ପାକିସ୍ତାନ ସେନାର ପୁଣି ନାପାକ ହରକତ୍ କରିଥିଲା । ପାକ୍ ସେନା ଗୁଳିରେ ଦୁଇ ଭାରତୀୟ ଯବାନ ସହିଦ ହୋଇଥିଲେ । ଜାମ୍ମୁ-କାଶ୍ମୀରର ତଙ୍ଗଧାର ସେକ୍ଟରରେ ଲଗାତର ଅସ୍ତ୍ରବିରତି ଉଲଂଘନ କରୁଛି ପାକ୍ । ପାକ୍ କୁ ମୁହଁ ତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ତେବେ ପାକ୍ ସେନାରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ ।

ଚଳିତ ମାସ ୧୩ ତାରିଖରେ ମଧ୍ୟ ପାକ୍ ସେନା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କୀ ଅନୁପ୍ରବେଶ ତଥା ସୀମାରେ ବାରମ୍ବାର ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରୁଛି ପାକିସ୍ତାନ। ସେହିପରି କାଠୁଆ ସେକ୍ଟରରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ପାକ୍ ସେନା ଗୁଳି ଓ ମୋଟାର ମାଡ କରିଥିବା ମଧ୍ୟ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.