ଗୁରୁଦାସପୁର ୨୧/୯: ଭାରତୀୟ ସେନା ପାକିସ୍ତାନକୁ ଗୁପ୍ତ ସୂଚନା ପଠାଉଥିବା ଅଭିଯୋଗରେ ଜଣେ ଭାରତୀୟ ଗୁଇନ୍ଦାକୁ ଗିରଫ କରିଛି। ଅଭିଯୁକ୍ତ ଗୁଇନ୍ଦାର ନାଁ ବିପିନ ସିଂହ ବୋଲି ଜଣା ପଡ଼ିଛି। ସେ ତିବ୍ବଡ଼ି ଛାଓ୍ବନି ଅଞ୍ଚଳରେ ରହୁଥିଲା।
ସୂଚନା ଅନୁଯାୟୀ ଅଭିଯୁକ୍ତ ତିବ୍ବଡ଼ି ଛାଓ୍ବନି ଅଞ୍ଚଳରେ ଏକ ଦୋକାନ ଭଡ଼ାରେ ନେଇଥିଲା। ସେଠାରେ ସେ ରେଡିମେଡ ଏବଂ ହ୍ୟାଣ୍ଡଲୁମ୍ ଲୁଗା ବ୍ୟବସାୟ କରୁଥିଲା। ପାକିସ୍ତାନ ପଟକୁ ଯିବା ଆସିବା କରିବା ପାଇଁ ତା’ର ଏକ କାର୍ଡ଼ ମଧ୍ୟ ଥିଲା।
ଜେରାବେଳେ ଡଣାପଡିଛି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ସେ ଭାରତରେ ନିର୍ମାଣ ହେଉଥିବା କରତାରପୁର ସାହିବ କରିଡରର ଫଟୋ ପଠାଇଥିଲା। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ତାକୁ ୧୦ଲକ୍ଷ ଟଙ୍କାର ଲାଳସା ଦେଇ ଗୁଇନ୍ଦାର କାମ କରାଇବାକୁ ଚାହୁଁଥିଲା। ବର୍ତ୍ତମାନ ପୋଲିସ୍ ଏହି ମାମଲାର ତଦନ୍ତ କରୁଛି।
{"id":160544}