ଇତିହାସ ରଚିଲେ ଭାରତର ଝିଅ ସ୍ୱାତୀ ମୋହନ, ମଙ୍ଗଳରେ ରୋଭର୍‌ ଲ୍ୟାଣ୍ଡିଂ ନେଇ ନାସାକୁ ଦେଲେ ସଫଳତା

Published By : Prameya-News7 Bureau | February 19, 2021 IST

ନୂଆଦିଲ୍ଲୀ,୧୯/୦୨: ଆମେରିକାର ଅନ୍ତରିକ୍ଷ ଏଜେନ୍ସି ନାସ୍‌ନାଲ୍‌ ୟେରୋନେଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବା ନାସା ନିଜ ଜ୍ଞାନ କୌଶଳରେ ପ୍ରସ୍ତୁତ ପର୍ସିଭରେନ୍ସ ରୋଭରକୁ ସଫଳତାର ସହ ଜୋଜୋରା କ୍ରାଟରରେ ଅବତରଣ କରିଛି । ୭ ମାସର ଯାତ୍ରା ପରେ ରାତି ୩ଟା ୫୫ରେ ଏହା  ମଙ୍ଗଳର ଏକ ଦୁର୍ଗମ ଅଞ୍ଚଳରେ ଓହ୍ଲାଇଛି । ନାସାର ୫ମ ରୋଭର ମଙ୍ଗଳ ପୃଷ୍ଠରେ ପହଁଚିଛି ।

ଆମେରିକାର ଏହି ସଫଳତା ପଛରେ ଭାରତୀୟ-ଆମେରିକୀୟ ସ୍ୱାତୀ ମୋହନଙ୍କ ବିଶେଷ ଅବଦାନ ରହିଛି । ସ୍ୱାତୀ ଏହି ମିଶନ୍‌ରେ ଭର୍ଚୁଆଲ୍‌ ମାଧ୍ୟମରେ ନେତୃତ୍ୱ ନେଇଥିଲେ । ରୋଭର୍‌ ଲ୍ୟାଣ୍ଡିଂ ସମୟରେ ସେ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ଯାହାକୁ ୭ ମିନିଟ୍ସ ଅଫ୍‌ ଟେରର ନାମ ଦିଆଯାଇଛି । ସଫଳ ଲ୍ୟାଣ୍ଡିଂ ପରେ ସ୍ୱାତୀ ମାସ୍କ ପିନ୍ଧି ନାସାର ମୁଖ୍ୟାଳୟରେ ଖୁସିରେ କହିଛନ୍ତି ଯେ, ଟଚ୍‌ଡାଉନ୍‌ ପର୍ଫମ ହୋଇଯାଇଛି । ପର୍ସିଭରେନ୍ସ ସଫଳତା ପୂର୍ବକ ମଙ୍ଗଳ ଗ୍ରହକୁ ଛୁଇଁଛି । ଏବେ ବଞ୍ଚିଥିବା ଜୀବନ ସମ୍ପର୍କରେ ଏହା ଖୋଜିବା ଆରମ୍ଭ କରିବ ।  

wp:html /wp:html

କୌସିନି ଏବଂ ଗ୍ରିଲ୍‌ ଭଳି ନାସାର ଅନ୍ୟ କିଛି ପ୍ରମୁଖ ମିଶନ୍‌ରେ ସାମିଲ୍‌ ହୋଇସାରିଥିବା ସ୍ୱାତୀଙ୍କୁ ୧ ବର୍ଷ ହୋଇଥିବା ସମୟରେ ସେ ଆମେରିକା ଚାଲିଯାଇଥିଲେ । କମ୍‌ ବୟସରେ ସେ ଷ୍ଟାର୍‌ ଟ୍ରେକ୍‌ର ସରିଜ୍‌କୁ ନେଇ ଖୁବ୍‌ ପ୍ରଭାବିତ ହୋଇଥିଲେ । ସ୍ୱାତୀ କର୍ଣ୍ଣଲ ୟୁନିଭର୍‌ସିଟିରୁ ମେକାନିକାଲ୍‌ ଇଞ୍ଜିନିୟରିଂରେ ବିଏସି କରିଛନ୍ତି । ଏହାପରେ ସେ ଏରୋନେଟିକ୍ସରେ ଏମ୍‌ଏସ୍‌ ଏବଂ ଏମ୍‌ଆଇଟିରୁ ପିଏଚ୍‌ଡି କରିଥିଲେ ।

ତେବେ ପର୍ସିଭରେନ୍ସ ରୋଭର ଓ ଇଂଜିନ୍ୟୁଟି ହେଲିକେପଟର ମଙ୍ଗଳ ଗ୍ରହରେ କାରବନ ଡାଇଅକସାଇଡରୁ ଅକ୍ସିଜେନ ତିଆରି କରିବାକୁ ଚେଷ୍ଟା କରିବ । ଏହି ରୋଭର ମାଟି ତଳେ ପାଣିର ସନ୍ଧାନ ଓ ଜୀବନ ସନ୍ଧାନ ଏବଂ ତତ୍ ସମ୍ବନ୍ଧିତ ଅନୁସନ୍ଧାନ କରିବ । ଏହି ରୋଭର ମଙ୍ଗଳରେ ୧୦ ବର୍ଷ କାମ କରିପାରିବ । ଏଥିରେ ରୋଭରର ୧୦ ଫୁଟ ବିଶିଷ୍ଟ ରୋବୋଟିକ ବାହୁ, ୨୩ ଟି କ୍ୟାମେରା ରହିଥିବା ନାସା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.