ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

୧୩ ବର୍ଷୀୟ ନତାଶା ହେଲେ ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ, ଭାରତର ଏହି ରାଜ୍ୟ ସହ ଯୋଡି ହୋଇଛି ତାଙ୍କର ସଂପର୍କ…

7/02/2023 at 4:34 PM

ଓ୍ବାସିଂଟନ ୦୭।୦୨; ଦ୍ବିତୀୟ ଥର ପାଇଁ ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ନତାଶା ପେରିଆନାୟଗମ୍ । ଏନେଇ ଘୋଷଣା କରିଛି ଆମେରିକାର ଜନ୍ ହପକିନ୍ସ ସେଣ୍ଟର ଫର ଟ୍ୟାଲେଣ୍ଟେଡ୍ ୟୁଥ୍ (CTY) ।  ବିଶ୍ବର ୭୬ଟି ଦେଶର ପ୍ରାୟ ୧୫ ହଜାରରୁ ଅଧିକ ଛାତ୍ରଙ୍କ ମଧ୍ୟରୁ ନତାଶା ପେରିଆନାୟଗମ୍ଙ୍କୁ ପ୍ରତିଭାଶାଳୀ ଛାତ୍ରୀ ଭାବେ ଚୟନ କରାଯାଇଛି । ଏଥିପାଇଁ ଏକ ପରୀକ୍ଷା କରାଯାଏ ଏବଂ ଏହି ପରୀକ୍ଷାର ମାର୍କ ଆଧାରରେ ଦୁନିଆର ସବୁଠାରୁ ଯୋଗ୍ୟ ଛାତ୍ର ଚୟନ କରାଯାଇଥାଏ ।

ସୂଚନା ଅନୁଯାୟୀ, ୧୩ ବର୍ଷିୟ ନତାଶା ପେରିଆନାୟଗମ୍ ନ୍ୟୁ ଜର୍ସିର ଫ୍ଲୋରେନ୍ସ ଏମ ଗୋଡିନିୟର ମିଡିଲ ସ୍କୁଲର ଛାତ୍ର । ନତାଶା ୨୦୨୧ମସିହାରେ CTYର ପରୀକ୍ଷା ଦେଇଥିଲେ। ସେତେବେଳେ ସେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ । ମୌଖିକ ଏବଂ ବିଷୟଭିତ୍ତିକ ଯୋଗ୍ୟତାରେ ନତାଶା ଅଷ୍ଟମ ଶ୍ରେଣୀରେ ୯୦ ପ୍ରତିଶତ ନମ୍ବର ରଖିଥିଲେ। ଯେଉଁ କାରଣରୁ ନତାଶାଙ୍କୁ ସେହି ବର୍ଷ ପାଇଁ ମେରିଟ୍ ଲିଷ୍ଟରେ ସ୍ଥାନ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ କହିଛି, “ଚଳିତ ବର୍ଷ SAT, ACT, ସ୍କୁଲ ଏବଂ କଲେଜ ଦକ୍ଷତା ପରୀକ୍ଷା କିମ୍ବା CTY ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ନତାଶାଙ୍କ ବେଶ ସଫଳତାର ସହ କୃତକାର୍ଯ୍ୟ କରିଛନ୍ତି। ନତାଶା ପେରିଆନାୟଗମଙ୍କ ପିତାମାତା ଚେନ୍ନାଇର ଅଟନ୍ତି ।

ଉଲ୍ଲେଖନୀୟ କଥା ହେଉଛି, CTY ସମଗ୍ର ବିଶ୍ୱରେ ଦକ୍ଷ ଛାତ୍ରମାନଙ୍କୁ ଚିହ୍ନିବା ଏବଂ ସେମାନଙ୍କର ଶିକ୍ଷାଗତ ଦକ୍ଷତାକୁ ମୂଲ୍ୟାଙ୍କନ କରିବା ପାଇଁ ଉଚ୍ଚ-ସ୍ତରୀୟ ପରୀକ୍ଷା କରିଥାଏ । ତାଙ୍କର ସଦ୍ୟତମ ପ୍ରୟାସରେ ନତାଶା ପେରିଆନାୟଗମ୍ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବୋଚ୍ଚ ଗ୍ରେଡ୍ ହାସଲ କରିଛନ୍ତି ।

   Related Posts