ଭାରତୀୟ ଆମେରିକାନ୍ ଗୀତାଞ୍ଜଳି ରାଓ ‘Time kid of the year’ ମନୋନୀତ
3/12/2020 at 9:51 PM

ଟାଇମ୍ ମ୍ୟାଗଜିନ୍ ପ୍ରଥମ ଥର ୧୫ ବର୍ଷ ବୟସ୍କା ଭାରତୀୟ ଆମେରିକନ ଗୀତାଞ୍ଜଳି ରାଓଙ୍କୁ କିଡ୍ ଅଫ ଦି ଇୟର-୨୦୨୦ ମନୋନିତ କରିଛି। ଜଣେ ବୈଜ୍ଞାନିକ ତଥା ଉଦଭାବକ ଗୀତାଞ୍ଜଳି ଏଥିଲାଗି ପ୍ରାର୍ଥୀତ୍ୱ ଦେଇଥିବା ୫ ହଜାର ପ୍ରତିଭାଗୀଙ୍କ ମଧ୍ୟରେ ଜଣେ ଥିଲେ। ତେବେ ଗୀତାଞ୍ଜଳି ଜଣେ ଏପରି ପ୍ରତିଭା ଯାହାଙ୍କ ଲାଗି ଆକାଶ ହିଁ ଏକମାତ୍ର ସୀମା ପ୍ରମାଣିତ ହୋଇଛି।
ପାନୀୟ ଜଳର ସୁଦ୍ଧତା ନିଶ୍ଟିତ କରିବା ଲାଗି ଶସ୍ତାରେ ବୈଷୟିକ ଜ୍ଞାନ କୌଶଳ ହେଉ ଅଥବା ସାଇବର ବୁଲିଙ୍ଗର ମୁକାବିଲା ଲାଗି ଗୋଟିଏ ଆପ୍ ବିକଶିତ କରିବା ହେଉ ସବୁଥିରେ ଗୀତାଞ୍ଜଳି ବାସ୍ତବିକ୍ ଧୁରନ୍ଦର ପ୍ରମାଣିତ ହୋଇଛନ୍ତି। କିଡ ଅଫ ଦି ଇୟର ମନୋନୟନ ଲାଗି ଟାଇମ ମ୍ୟାଗଜିନ୍ ଆକାଡେମୀ ପୁରସ୍କାର ପ୍ରାପ୍ତ ହଲିଉଡ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ସହ ଗୀତାଞ୍ଜଳିଙ୍କ ସାକ୍ଷାତକାର କରାଇଥିଲେ। ଯେଉଁଥିରେ ଗୀତାଞ୍ଜଳିଙ୍କୁ ମାପିବାରେ ଏଞ୍ଜେଲିନା ମଧ୍ୟ ବିଫଳ ହୋଇଥିଲେ।
A budding scientist and inventor, Rao was among 5,000 nominees who were pitted against each other for the coveted distinction.#GitanjaliRao #KidOfTheYear https://t.co/4Xvvj7OdR5
— IndiaToday (@IndiaToday) December 3, 2020
ଏଞ୍ଜେଲିନାଙ୍କ ସହ ଆଲୋଚନାରେ ଗୀତାଞ୍ଜଳି ଯେତେବେଳେ ୧୦ ବର୍ଷର ହୋଇଥିଲେ ସେତେବେଳେ ଡେନଭର ୱାଟରକ୍ୱାଲିଟି ରିଚର୍ଚ୍ଚ ଲ୍ୟାବରେ କାର୍ବନ ନାନୋ ଟ୍ୟୁବ୍ ସେନସର ଟେକନିକ୍ ଉପରେ ଗବେଷଣା କରିବାକୁ ଚାହୁଁଥିଲେ ବୋଲି କହିଥିଲେ। ସେ କହିଥିଲେ ଯେ ଏହି କାମ ବହୁତ ଶୀଘ୍ର ହେବ ଓ ଆମ ପିଢୀହିଁ ଖୁବ୍ ଶୀଘ୍ର ଏହି କାମ କରିବ। ଆମ ପିଢୀର ହାତ ଖୁବ୍ ଚଞ୍ଚଳ, ଯଦି କିଏ ନ କରିବେ ତେବେ ମୁଁ ଏହା ନିଶ୍ଚିତ କରିବି ବୋଲି ସେ କହିଥିଲେ।