ଚୀନକୁ ଭାରତର କଡା ସନ୍ଦେଶ: ସୀମାରେ ଅପରେସନ ଜୋରଦାର କଲା ବାୟୁସେନା, ଗର୍ଜୁଛି ସୁଖୋଇ, ମିଗ୍ ୨୯ ଓ ଆପାଚେ

Published By : Prameya-News7 Bureau | July 04, 2020 IST

ନୂଆଦିଲ୍ଲୀ ୦୪।୦୭: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହିତ ବିବାଦ ମଧ୍ୟରେ ଭାରତ ସୀମାରେ ନିଜର ଗତିବିଧି ଜୋରଦାର କରିଛି। ଭାରତୀୟ ବାୟୁସେନା ପ୍ରଥମରୁ ହିଁ ନିଜର ଯୁଦ୍ଧ ବିମାନକୁ ସୀମା ସ୍ଥିତ ଏୟାରବେସ୍‌ରେ ମୁତୟନ କରି ରଖିଛି। ବର୍ତ୍ତମାନ ବାୟୁସେନାର ସୁଖୋଇ ଏସୟୁ-୩୦ଏମକେଆଇ ଓ ମିଗ୍‌ ୨୯ ବିମାନ ସହିତ ଆପାଚେ ହେଲିକପ୍ଟର ସୀମାରେ ଉଡାଣ ଭରୁଛନ୍ତି। ଭାରତୀୟ ସେନା ଚୀନ ସୀମାରେ ଏୟାର ଅପରେସନ୍ କରିଛି। ଏଥିରୁ ଅନୁମାନ କରାଯାଇ ପାରିବ ଯେ, ଭାରତ ଚୀନକୁ ସନ୍ଦେଶ ଦେଇ ସାରିଛି ଯେ, କୌଣସି ବି ମାମଲାରେ ସାଲିସ୍ କରାଯାଇ ପାରିବ ନାହିଁ।

ଗଲଓ୍ଵାନ ଘାଟିରେ ଚୀନର ହୀନ ଉଦ୍ଦେଶ୍ୟ ଓ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଡ୍ରାଗନକୁ ଜବାବ ଦେବାକୁ ଅଣ୍ଟା ଭିଡି ସାରିଛି। ଚୀନର ଧୋକାବାଜକୁ ଆଖି ଆଗରେ ରଖି ଭାରତ ସୀମାରେ ନିଜର ବିମାନ ମୁତୟନ କରିଛି। ସୀମାରେ ମିଗ୍, ସୁଖୋଇ ଓ ହରକ୍ୟୁଲେସ୍‌ ବିମାନ ପୂର୍ବରୁ ମୁତୟନ କରାଯାଇଥିଲା, ହେଲେ ଏବେ ଏହି ସବୁ ବିମାନ ସୀମାରେ ସର୍ବଦା ଉଡୁଥିବା ଦେଖିବାକୁ ମିଳିଛି। ସୂତ୍ର ମୁତାବକ ତିନି ସେନାକୁ କୌଣସି ପ୍ରକାରର ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି।

wp:html /wp:html

ଏଲଏସିରେ ମୁତୟନ ଏକ ସ୍କାଡ୍ରନ ଲିଡର  କହିଛନ୍ତି, ସମସ୍ତ ବେସ୍‌ରେ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଏବଂ କୌଣସି ପ୍ରକାରର ଚ୍ୟାଲେଞ୍ଜ ସାମ୍ନା କରିପାରେ। ଯବାନଙ୍କ ଉତ୍ସାହ ମଧ୍ୟ ଉର୍ଦ୍ଧ୍ଵରେ ରହିଛି। ଉଲ୍ଲେଖନୀୟ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖ ଗସ୍ତ କରି ଯବାନଙ୍କୁ ଉତ୍ସାହିତ କରିବା ସହିତ ଚୀନକୁ କଡା ଶବ୍ଦରେ ସନ୍ଦେଶ ଦେଇଛନ୍ତି। ଏହା ସହିତ ଆହତ ଯବାନଙ୍କୁ ଭେଟିବା ସମୟରେ କହିଛନ୍ତି, ଭାରତ ନା କାହାରି ସାମ୍ନାରେ କେବେ ନଇଁଥିଲା ନା ନଇଁବ।

wp:html /wp:html

ସୀମାରେ ଉଡାଣ ଭରୁଥିବା ଆପାଚେ ହେଲିକପ୍ଟର ଆମେରିକା ବୋଇଂ ନିର୍ମାଣ କରୁଛି। ଏହାର ମୋଟ୍‌ ଓଜନ ପ୍ରାୟ ୬୮୩୮ କିଲୋଗ୍ରାମ। ଏହା ଘଣ୍ଟା ପ୍ରତି ସର୍ବାଧିକ ୨୭୯ କିଲୋମିଟର ବେଗରେ ଉଡାଣ ଭରିପାରେ। ଏଥିରେ ଦୁଇଟି ଟର୍ବୋସାଫ୍ଟ ଇଞ୍ଜିନ ରହିଛି। ଏଥିରେ ଆକାଶରୁ ଆକାଶକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର, ରକେଟ୍ ଗନ୍ ବହନର କ୍ଷମତା ରହିଛି। ଏହାର ଉଚ୍ଚତା ପ୍ରାୟ ୧୫.୨୪ ଫୁଟ୍ ହୋଇଥାଏ ଏବଂ ଏହାର ପଙ୍ଖା ୧୭.୧୫ ଫୁଟ୍ ପର୍ଯ୍ୟନ୍ତ ରହିଥାଏ।

ସେନାର ଜଣେ ଅଧିକାରୀ କହିଛନ୍ତି, ଭାରତୀୟ ବାୟୁସେନା ଯୁଦ୍ଧ ସମୟରେ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଯୁଦ୍ଧ ସହିତ ସେନାକୁ ସହଯୋଗ ଯୋଗାଇ ଦେବାର କାମ କରିଥାଏ ଓ ଜରୁରୀ ଉପକରଣ ପହଞ୍ଚାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.