ଏୟାର ଇଣ୍ଡିଆର ନବରାତ୍ର ଅଫର, ବିମାନରେ ଯାତ୍ରୀଙ୍କୁ ମିଳିବ ଖାସ୍ ଖାଦ୍ୟ

Published By : Prameya-News7 Bureau | September 26, 2019 IST

ନୂଆଦିଲ୍ଲୀ:  ପାଖେଇ ଆସୁଛି ନବରାତ୍ରୀ। ଦେବୀ ଦୁର୍ଗାଙ୍କ ଆରାଧନାରେ ମଗ୍ନ ହେବ ସାରା ଦେଶ। ଲୋକେ ନବରାତ୍ର ଉପବାସ ରଖିବେ। ଏଣୁ ନବରାତ୍ର ବେଳେ ବିମାନ ଯାତ୍ରୀଙ୍କ ଲାଗି ଏୟାର ଇଣ୍ଡିଆନ ଖାସ୍ ମେନ୍ୟୁ ପ୍ରସ୍ତୁତ କରିଛି। ନବରାତ୍ରରେ ଲୋକେ ସାଧାରଣତଃ ଉପବାସ ବ୍ରତ ରଖନ୍ତି। ଏଣୁ ବିମାନ ଯାତ୍ରୀ ଯେପରି ଖାଲିପେଟରେ ଯାତ୍ରା ନ କରନ୍ତି ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି।

{"id":163146}

ତେବେ ଏଆଇ ତାଙ୍କର ଚିରାଚରିତ ମେନ୍ୟୁରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ହେଲେ ନବରାତ୍ର ବ୍ରତ ରଖୁଥିବା ଲୋକଙ୍କ ଲାଗି ବିମାନରେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ ରହିବ ବୋଲି ଏୟାର ଇଣ୍ଡିଆର ଜନୈକ ପ୍ରତିନିଧି କହିଛନ୍ତି। ଦେଶର ବିଭିନ୍ନ ଭାଗରେ ଲୋକେ ବ୍ରତପାଳନ ବେଳେ ଭିନ୍ନ ଭିନ୍ନ ଖାଦ୍ୟ ଖାଇଥାନ୍ତି। ତେବେ ସାରା ଦେଶରେ ନବରାତ୍ର ବେଳେ ଲୋକେ ସାଧାରଣ ଲବଣରେ ପ୍ରସ୍ତୁତ ଖାଦ୍ୟ ଖାଇନଥାନ୍ତି। ଏଣୁ ନବରାତ୍ର ବ୍ରତଧାରୀଙ୍କ ଲାଗି ଏହି ସମୟରେ ବିମାନରେ ସନ୍ଧୈବ ଲବଣରେ ପ୍ରସ୍ତୁତ ଖାଦ୍ୟ ମହଜୁଦ ରହିବ ବୋଲି ଅଧିକାରୀ କହିଛନ୍ତି।

{"id":163149}

ନବରାତ୍ର ଲାଗି ଏୟାର ଇଣ୍ଡିଆ କ୍ୟାଟରିଂ ବିଭାଗ ମଧ୍ୟ ବିଶେଷ ମେନ୍ୟୁ ଘୋଷଣା କରିଛନ୍ତି। ଯାତ୍ରୀଙ୍କୁ ବିମାନରେ ଚିରାଚରିତ ଖାଦ୍ୟ ବ୍ୟତୀତ ବିଭିନ୍ନ ଫଳ, ମଖନା, କାଜୁ, କିସ୍ ମିସ୍ ଓ ଅଖରୋଟ ଭଳି ବିଭିନ୍ନ ସୁଖିଲା ଖାଦ୍ୟ ସାଙ୍ଗକୁ ଖିରୀ, ପଟାଟୋ ଫ୍ରାଇ,ଆଲୁ କୁଟ୍ଟୁ ପକୋଡା ଓ ଦହି ଆଦି ପରସା ଯିବ ବୋଲି କହିଛନ୍ତି। ଏଣୁ ନବରାତ୍ରରେ ଯଦି ଟୁର ପ୍ରୋଗ୍ରାମ କରିଥାନ୍ତି ତେବେ ଉପବାସ ଲାଗି ଏବେ ଯାତ୍ରୀଙ୍କୁ ଆଉ ଚିନ୍ତା କରିବାକୁ ପଡିବନି। ବିମାନ ଯାତ୍ରା ସାଙ୍ଗକୁ ନବରାତ୍ରର ଖୋରାକ ବି ସେମାନଙ୍କୁ ବିମାନରେ ମିଳିଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.