ତାଓ୍ବାଙ୍ଗ ଏଲଏସିରେ ବାୟୁ ସୀମା ସିଲ୍, ବିମାନଘାଟିକୁ ଆହୁରି ସକ୍ରିୟା କଲା ଭାରତ

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତ ଅଞ୍ଚଳରେ ସଂଘର୍ଷ ପରେ ସଜାଗ ଭାରତୀୟ ବାୟୁସେନା । ଏଲଏଲସିରେ ଚୀନର ଅବୈଧ ପ୍ରବେଶ ଆଶଙ୍କା ରହିଥିବାରୁ ବାୟୁ ସୀମାକୁ ସିଲ୍ କରାଯାଇଛି । ଅରୁଣାଚଳ ପ୍ରଦେଶରେ ଯୁଦ୍ଧ ବିମାନ ନିୟୋଜିତ କରି ପାଟ୍ରୋଲିଂକୁ ଜୋରଦାର କରାଯାଇଛି ।

ସୂଚନା ଅନୁଯାୟୀ, ଅରୁଣାଚଳରେ ପିଏଲଏର ଉଲ୍ଲଂଘନ ଉଦ୍ୟମକୁ ରୋକିବା ପାଇଁ ବାୟୁସେନା ମୁଖ୍ୟ ଏୟାରଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ତାଓ୍ବାଙ୍ଗ ସେକ୍ଟରରେ ଯୁଦ୍ଧ ବିମାନକୁ ସକ୍ରିୟ କରିଦିଆଯାଇଛି । ଏଲଏସିରେ ଭାରତୀୟ ଯୁଦ୍ଧ ବିମାନ ପଇଁତରା ମାରୁଛି । ସ୍ଥିତି ଉପରେ ନଜର ରଖି ସଜାଗ ରହିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.