ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ପାରାସୁଟ୍ ସାହାଯ୍ୟରେ ଡେଇଁ ପଡିଲେ ପାଇଲଟ୍
8/05/2020 at 12:03 PM

ନବାସହର ୦୮/୦୫ : ନବାସହର ନିକଟବର୍ତ୍ତୀ ରୁର୍କିରେ ସକାଳ ପାଖାପାଖି ୧୧ଟା ସମୟରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ବାୟୁସେନାର ଯୁଦ୍ଧ ବିମାନ ମିଗ-୨୯ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି | ବିମାନର ଉଭୟ ପାଇଲଟ ପାରାସୁଟ ଜରିଆରେ ବିମାନରୁ ଡେଇଁ ପଡ଼ିଥିଲେ | ବିମାନ ସକାଳ ସାଢେ ୧୦ଟା ରେ ଜଳନ୍ଧର ଅନ୍ତର୍ଗତ ଆନନ୍ଦପୁର ଷ୍ଟେସନରୁ ଉଡାଣ ଆରମ୍ଭ କରିଥିଲା | ବିମାନ ଦୁର୍ଘଟଣାଗ୍ରସ୍ତ ହେବ ପରେ କ୍ଷେତରେ ନିଆଁ ଲାଗିଯାଇଛି |ବାୟୁସେନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଦୁର୍ଘଟଣାର କାରଣ ଜଣାପଡିନାହିଁ | ତଦନ୍ତକାରୀ ଟିମ ପହଞ୍ଚି ଦୁର୍ଘଟଣାର କାରଣ ପତା କରିବେ |
Related Posts
ମଧ୍ୟବିତ୍ତଙ୍କ ପାଖରେ ପହଞ୍ଚାଅ ସରକାରୀ ଯୋଜନା: ପ୍ରଧାନମନ୍ତ୍ରୀ ମୋଦୀ
30 January 2023
ବିହାରରେ ନୀତୀଶଙ୍କ ସହ ପୁଣି ମେଣ୍ଟ କରିବ କି ବିଜେପି ?
30 January 2023