ସରକାରୀ ମଣ୍ଡିରେ ଖସିଲା ଦର; ବଜାରରୁ ତୁରନ୍ତ ପିଆଜ କିଣିବାକୁ ୨ ସରକାରୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

Published By : Prameya-News7 Bureau | March 08, 2023 IST

ନୂଆଦିଲ୍ଲୀ: ପିଆଜ ମୂଲ୍ୟରେ ଅହେତୁକ ହ୍ରାସ ଯୋଗୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ। ଏବେ ପୁଣି ମଣ୍ଡିରେ ବି ପିଆଜ ମୂଲ୍ୟ ହ୍ରାସ ଦେଖିବାକୁ ମିଳିଛି। ତେବେ ମଣ୍ଡିରେ ପିଆଜ ଦର ହ୍ରାସ ହେବା ପରେ ତୁରନ୍ତ ବାଜାରରେ ହସ୍ତକ୍ଷେପ କରିବାକୁ ୨ ସରକାରୀ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଖରିପ ରୁତୁର ଲାଲ୍ ପିଆଜିକୁ ଚାଷୀଙ୍କ ପାଖରୁ କିଣିବା ସହ ଏହାକୁ ଆବଶ୍ୟକ ସ୍ଥାନରେ ରପ୍ତାନୀ ଓ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ(NAFED) ଏବଂ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ ଲିମିଟେଡ୍(NCCF)କୁ ଚାଷୀଙ୍କ ଠାରୁ ପିଆଜ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ପିଆଜ ମୂଲ୍ୟ ବର୍ତ୍ତମାନ କୁଇଣ୍ଟାଲ ପିଛା ୨୦୦ ଟଙ୍କାକୁ ଖସି ଆସିଛି। ଫଳରେ ଅଭାବୀ ବିକ୍ରିର ଶିକାର ହୋଇଥିବା କିଛି ଚାଷୀ ରାଗରେ ପିଆଜ ଫସଲରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।

ହଠାତ ପିଆଜର ମୂଲ୍ୟ ଏତେ ହ୍ରାସ ହେବା ନେଇ କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ଚଳିତ ଥର ବିଭିନ୍ନ ରାଜ୍ୟରେ ପିଆଜ ଉତ୍ପାଦନ ଅଧିକ ହୋଇଛି। ଫଳରେ ଅନ୍ୟ ରାଜ୍ୟମାନଙ୍କୁ ସର୍ବାଧିକ ଉତ୍ପାଦନକାରୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁ ନାହିଁ। ଫଳରେ ଏହାର ଚାହିଦା କମିଛି। ଚାହିଦା କମିବା ଦ୍ୱାରା ପିଆଜ ରପ୍ତାନୀ ହୋଇ ନପାରି ଉତ୍ପାଦନ ହେଉଥିବା ଜିଲ୍ଲାରେ ଷ୍ଟକ୍‌ ହେଉଛି  ଉକ୍ତ ଜିଲ୍ଲାରେ ବ୍ୟବସାୟ ଶସ୍ତାରେ ହେଉଛି। ଏଥିପାଇଁ ବର୍ତ୍ତମାନ ପିଆଜ ଦର ଆହେତୁକ ହ୍ରାସ ପାଇଛି।

ଭାରତ ବିଶ୍ୱର ସବୁଠାରୁ ବଡ଼ ପିଆଜ ରପ୍ତାନିକାରୀ ରାଷ୍ଟ୍ର। ମୂଳତଃ ଏସିଆ ଦେଶ ଯଥା ବାଂଲାଦେଶ, ନେପାଳ ଓ ମାଲେସିଆକୁ ଭାରତ ପିଆଜର ରପ୍ତାନୀ କରିଥାଏ। ଏଥର ପଡ଼ୋଶୀ ରାଷ୍ଟ୍ରରେ ପିଆଜର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.