ଭାରତ ବନାମ ବିଶ୍ୱ ଏକାଦଶ : ଖେଳିବେ କି ପାକିସ୍ତାନୀ ଖେଳାଳି ? କେମିତି ରହିବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | July 11, 2022 IST

ନୂଆଦିଲ୍ଲୀ, ୧୧।୦୭ : ଦେଶ ସ୍ୱାଧିନତାର ୭୫ତମ ବର୍ଷ ପାଳନ କରୁଛି । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ସରକାର ବିସିସିଆଇକୁ କ୍ରିକେଟ୍ ମ୍ୟାଚ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିପାଇଁ ଆସନ୍ତା ଅଗଷ୍ଟ ୨୨ ତାରିଖରେ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଟି୨୦ ମୁକାବିଲା ଖେଳାଯିବ ।  

ପିଟିଆଇର ରିପୋର୍ଟ ଅନୁସାରେ, ଭାରତ ସରକାର ବିସିସିଆଇକୁ ଏକ ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ଏକ ବଡ ମ୍ୟାଚ୍ ଆୟୋଜନ ବାବଦରେ ବିଚାର କରିବାକୁ କୁହାଯାଇଥିଲା । ଏହାକୁ ସଂସ୍କୃତି ମନ୍ତ୍ରାଳୟ ବିସିସିଆଇକୁ ପଠାଇଥିଲା।

ବିସିସିଆଇର ସୂତ୍ର ଅନୁସାରେ, ସେମାନଙ୍କ ସରକାରଙ୍କଠୁ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଅଗଷ୍ଟ ୨୨ ତାରିଖରେ ଏକ ମ୍ୟାଚ୍ ଆୟୋଜନ ନେଇ ପ୍ରସ୍ତାବ ମିଳିଛି । ବିଶ୍ୱ ଏକାଦଶ ପାଇଁ ଅତି କମରେ ୧୩ରୁ ୧୪ ଖେଳାଳିଙ୍କ ଆବଶ୍ୟକତା ରହିଛି । ସେମାନଙ୍କ ଉପଲବ୍ଧତା ବାବଦରେ ତଥ୍ୟ ହାସଲ କରିବାକୁ ହେବ ।

ଖେଳିପାରନ୍ତି ବିରାଟ ଓ ରୋହିତ

ଏହି ମୁକାବିଲା ରୋମାଞ୍ଚକର ହେବାକୁ ଯାଉଛି । କାରଣ ଅଗଷ୍ଟ ୨୦ ସୁଦ୍ଧା ଭାରତର ଜିମ୍ବାଓ୍ୱେ ଗସ୍ତ ଶେଷ ହୋଇଯିବ । ଫଳରେ ଏହି ଗସ୍ତରେ ଥିବା ଖେଳାଳି ୨୨ ତାରିଖ ସୁଦ୍ଧା ଉପଲବ୍ଧ ହୋଇପାରିବେ ନାହିଁ । ତେଣୁ ଦଳ ଭିଭିଏସ ଲକ୍ଷ୍ମଣଙ୍କ କୋଚିଂରେ ଥିବା ବି ଟିମକୁ ପଠାଇପାରେ । ଏହାସହ ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ ଓ କେଏଲ ରାହୁଲଙ୍କ ଭଳି ଖେଳାଲି ଅଗଷ୍ଟ ୨୨ ପାଇଁ ଉଫଲବ୍ଧ ଥିବେ ବୋଲି ଆଶା କରାଯାଉଛି ।

ସାମିଲ ହେବେ କି ପାକିସ୍ତାନ ଖେଳାଳି

ବିଶ୍ୱ ଏକାଦଶ ଟିମରେ କେଉଁ କେଉଁ ଦଳର ଖେଳାଳି ଭାଦ ନେବେ ସେନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ଏହି ମୁକାବିଲାରେ କାରବିୟାନ ଖେଳାଳି ଭାଗନେଇପାରନ୍ତି । ପାକିସ୍ତାନୀ ଖେଳାଳି ସାମିଲ ହେବେ ନା ନାହିଁ ତାହା ମଧ୍ୟ ବିସିସିଆଇ ସ୍ପଷ୍ଟ କରିନାହିଁ ।

ଏପରି ହୋଇପାରେ ସମ୍ଭାବିତ ଏକାଦଶ

ବିଶ୍ୱ ଏକାଦଶ- ଡେଭିଡ ଓ୍ୱାର୍ଣ୍ଣର, ଜୋସ୍ ବଟଲର, କେନ୍ ଓ୍ୱିଲମସନ୍, ଗ୍ଲେନ୍ ମ୍ୟାକ୍ସଓ୍ୱେଲ, ଡେଭିଡ ଓ୍ୱାର୍ଣ୍ଣର, ଲିୟାମ ଲିଭିଂଷ୍ଟୋନ, ସାକିବ ଅଲ ହାସଲ. ଟ୍ରେଣ୍ଟ୍ ବୋଲ୍ଟ, ପ୍ୟାଟ୍ କମିନ୍ସ, କାଗିସୋ ରାବାଡା ଓ ରଶିଦ ଖାନ୍

ଭାରତ ଏକାଦଶ- ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଜସପ୍ରିତ ବୁମରାହ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.