ମହିଳା ଜୁନିୟର ହକି ଏସିଆ କପ୍‌ ଟାଇଟଲ ହାତେଇଲା ଭାରତ, ସାଉଥ କୋରିଆକୁ ହରାଇ ହେଲା ଚାମ୍ପିୟନ୍‌

Published By : Prameya-News7 Bureau | June 11, 2023 IST

ନୂଆଦିଲ୍ଲୀ, ୧୧/୦୬: ମହିଳା ଜୁନିୟର ହକି ଏସିଆ କପ୍‌ ଟାଇଟଲ ଜିତି ଇତିହାସ ରଚିଛି ଭାରତ। ଚାରି ଥରର ବିଜେତା ସାଉଥ କୋରିଆକୁ ହରାଇ ପ୍ରଥମ ଥର ମହିଳା ଜୁନିୟର ଏସିଆ କପ୍‌ ଟାଇଟଲ ହାତେଇଛି ଭାରତ। ଜାପାନର କାକାମୀଗାହାରାରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ ଫାଇନାଲରେ ସାଉଥ କୋରିଆକୁ ୨-୧ରେ ହରାଇ ଭାରତ ହୋଇଛି ଚାମ୍ପିୟନ।

wp:embed {"url":"https://twitter.com/TheHockeyIndia/status/1667855670216101889?s=20","type":"rich","providerNameSlug":"twitter","responsive":true}
https://twitter.com/TheHockeyIndia/status/1667855670216101889?s=20
/wp:embed

ଫାଇନାଲ ମ୍ୟାଚର ପ୍ରଥମ କ୍ବାର୍ଟରରେ ଦୁଇ ଦଳ ସତର୍କତାର ସହ ଖେଳିଥିଲେ। କିନ୍ତୁ ୨୨ ମିନିଟ୍‌ରେ ଅନ୍ନୁ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ। ଏଥିସହ ଜାପାନ ବିରୋଧରେ ସେମିଫାଇନାଲ ମ୍ୟାଚରେ ଏକ ଜରୁରୀ ସଟ୍‌ ମିସ୍‌ କରିଥିବା ଅନ୍ନୁ ଫାଇନାଲରେ ଭାରତକୁ କମ୍‌ବ୍ୟାକ୍‌ କରାଇଥିଲେ। ସାଉଥ କୋରିଆ ମଧ୍ୟ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଖେଳର ୨୫ ମିନିଟ୍ ପରେ ସାଉଥ କୋରିଆର ସିଓ ୟୋନ୍‌ ଗୋଲ୍‌ ଦେଇଥିଲେ। ତେବେ ମ୍ୟାଚର ୪୧ମିନିଟ୍‌ରେ ନିଲମ ପୁଣି ଥ​‌ରେ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ।

wp:embed {"url":"https://twitter.com/ANI/status/1667867025862184960?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1667867025862184960?s=20
/wp:embed

ଚମତ୍କାର ଡିଫେନ୍ସ ବଳରେ ତୃତୀୟ କ୍ବାର୍ଟ​‌ରରେ ମଧ୍ୟ ଭାରତ ଲିଡ୍‌ ବଜାୟ ରଖିଥିଲା। ଶେଷରେ ଭାରତ ବିଜୟ ହୋଇଥିଲା। ସାଉଥ କୋରିଆ ଏକାଧିକ ପେନାଲ୍ଟି କର୍ଣ୍ଣର​‌ ପାଇଥିଲେ ହେଁ ହେଲା ଏହାକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇପାରିନଥିଲା। ଆଉ ଏହିଭଳି ଭାବରେ ଭାରତ ଟୁର୍ଣ୍ଣାମେଣ୍ଟ  ଜିତିଥିଲା। ସାଉଥ କୋରିଆର ଅନେକ ଚେଷ୍ଟା ପରେ ବି ଭାରତକୁ ହରାଇବା ମୁସ୍କିଲ ହୋଇପଡ଼ିଥିଲା। ଏହାପୂର୍ବରୁ ୨୦୧୨ରେ ବ୍ୟାଙ୍ଗକକ୍‌ରେ ଖେଳାଯାଇଥିବା ଏସିଆ କପ୍‌ରେ ଭାରତୀୟ ମହିଳା ଦଳ ପ୍ରଥମ ଥର ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ଫାଇନାଲରେ ଚୀନ ଠାରୁ ୨-୫ ଗୋଲ୍‌ ସହ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: WTC Final : ଅଷ୍ଟ୍ରେଲିଆକୁ ଦରକାର ୭ ଓ୍ୱିକେଟ୍‌, ଭାରତକୁ ଆବଶ୍ୟକ ୨୮୦ ରନ୍‌

{"id":801885,"sizeSlug":"full","linkDestination":"none"}
womens' hockey junior asia cup

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.